fbpx

ବଡ଼ ଖବର: ରାଜ୍ୟରେ ଆଜି ୬ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମରୁ, ଗଜପତି, ଭଦ୍ରକ, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ମଧ୍ୟରେ ୪ପୁରୁଷ ଓ ୨ମହିଳା ରହିଛନ୍ତି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.