fbpx

ନୀଳ ଆକାଶରେ ‘ଓଡ଼ିଶା ମାନଚିତ୍ର’! ଭୁବନେଶ୍ୱର ଆକାଶରେ ସୂର୍ଯ୍ୟ ରଶ୍ମିକୁ ଢାଙ୍କିଦେଲା ଓଡ଼ିଶା

Advertisement

ଓଡ଼ିଶା ଭାସ୍କର: ସାରା ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସୂର୍ଯ୍ୟଙ୍କ ଉତ୍ତପ୍ତ ରଶ୍ମି ସମଗ୍ର ରାଜ୍ୟକୁ କଲବଲ କରିଛି । କିନ୍ତୁ ଏହା ଭିତରେ ଓଡ଼ିଶା ଆକାଶରେ ଦେଖିବାକୁ ମିଳିଛି ରାଜ୍ୟର ପ୍ରତିବିମ୍ବ । ଅପରାହ୍ନରେ ସୂର୍ଯ୍ୟକିରଣକୁ ଢାଙ୍କି ଉଙ୍କି ମାରୁଛି ଓଡ଼ିଶା ମାନଚିତ୍ର । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଆକାଶରେ ଏହି ଓଡ଼ିଶା ମାନଚିତ୍ରକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଫଟୋ । ଏହି ଫଟୋରେ ଆକାଶରେ ଓଡ଼ିଶା ମାନଚିତ୍ର ଦେଖିବାକୁ ମିଳିଛି । ଅପରାହ୍ନ ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣକୁ ଲୁଚାଇ ଦେଇଛି ଓଡ଼ିଶାର ଏହି ଚିତ୍ରପଟ । ତେବେ ଏହା ଏକ ଓଲଟା ଦେଖାଯାଉଛି । ଦର୍ପଣରେ ଓଡ଼ିଶା ମାନଚିତ୍ରକୁ ଦେଖିଲେ ଯେପରି ଓଲଟା ଦେଖାଯାଏ ସେହି ଆକୃତିର ଏକ ବାଦଲ ଖଣ୍ଡ ଓଡ଼ିଶା ଆକାଶରେ ସୂର୍ଯ୍ୟଙ୍କୁ ଢାଙ୍କି ଦେଇଛି । ଏହି ଚିତ୍ରଟି ଶତ ପ୍ରତିଶତ ଓଡ଼ିଶା ଆକୃତିର ହୋଇ ନଥିଲେ ମଧ୍ୟ ଅନେକ ପରିମାଣରେ ଓଡ଼ିଶା ମାନଚିତ୍ର ଭଳି ଦେଖାଯାଉଛି ।

ଏହି ବାଦଲ ଖଣ୍ଡ ସୂର୍ଯ୍ୟକୁ ଢାଙ୍କିବା ସମୟରେ କିଛି ଲୋକ ଏହାର ଫଟୋ ଉଠାଇବା ସହ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ତେବେ ଏହି ଫଟୋ କିଛି ଦିନ ପୁରୁଣା ବୋଲି ମଧ୍ୟ ଜାଣିବାକୁ ମିଳିଛି । ଏହି ଫଟୋକୁ ନେଇ ଏବେ ଅନେକ ଲୋକ ଅନେକ ପ୍ରକାରର ଆଲୋଚନା କରୁଛନ୍ତି । ସୋସିଆଲ ମିଡିଆର ବିଭାନ୍ନ ପ୍ଲାଟଫର୍ମରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଲାଣି ।

Get real time updates directly on you device, subscribe now.