fbpx

ଚାଲିଛି କାଉଣ୍ଟିଂ: ଦ୍ୱିତୀୟ ଦିନରେ ୩୦୬ ଜୋନରେ ଚାଲିଛି ଭୋଟ ଗଣତି, ୨୮୩ଟି ଜୋନରେ ବିଜେଡି ଆଗୁଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ । ଆଉ ଆଜି ୩୦୬ ଜୋନରେ ଭୋଟି ଗଣତି ଚାଲିଛି । ୨୮୩ଟି ଜୋନରେ ବିଜେଡି ଆଗୁଆ ରହିଛି । ଟ୍ରେଣ୍ଡ୍ ଯାହା କହୁଛି କଂଗ୍ରେସ ଓ ବିଜେପି, ବିଜେଡିର ଆଖପାଖରେ ବି ନାହାନ୍ତି । ବିଜେଡି ୨୮୩ ଜୋନରେ ଆଗୁଆ ଚାଲିଥିବା ବେଳେ ୧୨ ଜୋନରେ ବିଜେପି ଏବଂ ୧୫ ଟି ଜୋନରେ କଂଗ୍ରେସ ଆଗୁଆ ରହିଛି । ସେହିପରି ସ୍ୱାଧୀନ ପ୍ରାର୍ଥୀ ୨ଟି ଜୋନ ହାତେଇ ପାରିଛନ୍ତି ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୩ଟି ଜୋନରେ ଆଗୁଆ ରହିଛନ୍ତି ।

ସୂଚନାଯୋଗ୍ୟ, ଅଧିକାଂଶ ଜୋନରେ ଏବେ ବିଜେଡିର ରାଜ୍ ଚାଲିଛି । ଟ୍ରେଣ୍ଡରେ ସବୁଠୁ ଆଗୁଆ ରହିଛି ବିଜେଡି । କୋରାପୁଟ ପଟାଙ୍ଗି ଜୋନ୍- ୧ରେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସର୍ବଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି ଟିକାଇ ଗେମେଲ । ସେ ୩ ହଜାର ୭୦୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଜୋନ୍-୬୩ରେ ବିଜେଡି ବିଜୟୀ ହୋଇଛି । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି । ସେ ୧ହଜାର ୯୦୮ ଭୋଟରେ ବିଜୟୀ ହୋଇଛନ୍ତି । ସମରେନ୍ଦ୍ର ୨ହଜାର ୯୪୪ ଭୋଟ ପାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ୧ହଜାର ୩୬ ଭୋଟ୍ ପାଇଥିଲେ ।

ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଜୋନ୍-୨୮ରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ପ୍ରାର୍ଥୀ ହେଙ୍ଗୁ ସାଉନ୍ତା ୫୩୩ ଭୋଟରେ ବିଜୟୀ ହୋଇଛନ୍ତି । ରାୟଗଡା ପଦ୍ମପୁର -କ ଜୋନରେ ବିଜେଡି ପ୍ରାର୍ଥୀ ଡରଗିନ୍ ଶବର ବିଜୟୀ ହୋଇଛନ୍ତି । ସେ ୧୪ ଶହ ୮୬ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ଶୋବିତା ଗମାଙ୍ଗଙ୍କୁ ପରାଜିତ କରିଛନ୍ତି ।

Get real time updates directly on you device, subscribe now.