fbpx

ଭୋଟ୍ ଗଣତି ଜାରି: ଜାଣନ୍ତୁ ଅନୁଗୁଳ ଓ ବାଲେଶ୍ୱରରେ କାହାର ହେଲା ବିଜୟ ଓ କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୩୧୫ ଜୋନରୁ ୨୫୬ର ଆସିଲା ଫଳାଫଳ । ପ୍ରଥମ ଦିନରେ ବହୁ ସିଟ୍ ସହ ବିଜେଡି ଆଗରେ ରହିଛି । ୨୩୦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ୧୦ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଅନୁଗୁଳ ଓ ବାଲେଶ୍ୱର ଫଳାଫଳ…

ଅନୁଗୁଳ:-
ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ବିଜୟୀ ।
କିଶୋରନଗର ଜୋନ ୧୧ରେ ବିଜେପିର ବବିତା ପ୍ରଧାନ ବିଜୟୀ ।
ଆଠମଲ୍ଲିକ ଜୋନ ୫ରେ ବିଜେଡିର ରଶ୍ମିରେଖା ମାହାର ବିଜୟୀ ।
ପାଲଲହଡ଼ା ଜୋନ ୨୨ରେ ବିଜେଡିର ବୁଧୁରାମ ବାଇପେଇ ଆଗୁଆ ରହିଛନ୍ତି ।
ଛେଣ୍ଡିପଦା ଜୋନ ୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ଆଗୁଆ ଅଛନ୍ତି ।
ବଅଁରପାଳ ଜୋନ ୨୫ରେ ବିଜେଡିର ଦିଲ୍ଲୀପ ପ୍ରଧାନ ଆଗୁଆ ।
ତାଳଚେର ଜୋନ ୧୮ରେ ବିଜେଡିର ଅମିୟ ପ୍ରଧାନ ଆଗୁଆ ।
କଣିହାଁ ଜୋନ ୮ରେ ବିଜେଡିର ରଶ୍ମିତା ସେଠୀ ଆଗୁଆ ।

ବାଲେଶ୍ୱର:-
ଖଇରା ଜୋନ ୩ରେ ବିଜେପିର ଗଜେନ୍ଦ୍ର ଦାସ ବିଜୟୀ ।
ନୀଳଗିରି ଜୋନ ୧୧ରେ ବିଜେଡିର ସୁବର୍ଣ୍ଣମଞ୍ଜରୀ ସିଂହ ବିଜୟୀ ।
ରେମୁଣା ଜୋନ ୩୬ରେ ବିଜେଡିର ଅଭିମନ୍ୟୁ ଧିନ୍ଦା ବିଜୟୀ ।
ବାଲେଶ୍ୱର ସଦର ଜୋନ ୨୫ରେ ବିଜେପିର ଗୟାଧର ବେହେରା ବିଜୟୀ ।
ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ବିଜୟୀ ।
ବାହାନଗା ଜୋନ ୧୮ରେ ବିଜେଡିର ନୀଳାମ୍ବର ମହାଳିକା ବିଜୟୀ ।
ସିମୁଳିଆ ଜୋନ ୪୦ରେ ବିଜେପିର ରମେଶ ସାହୁ ବିଜୟୀ ।
ଜଳେଶ୍ୱର ଜୋନ-୭ରେ ବିଜେଡ଼ିର ତୁଳସୀ କିସ୍କୁ ଆଗୁଆ ବିଜୟୀ ।
ସୋର ଜୋନ ୪୩ରେ ବିଜେଡିର ରେବତୀ ନାୟକ ଆଗୁଆ ।
ଔପଦା ଜୋନ ୧ରେ ବିଜେଡିର ମୁନି ସିଂ ବିଜୟୀା ।
ଭୋଗରାଇ ଜୋନ ୩୦ରେ ବିଜେଡିର ଗିରିଶ ଦତ୍ତ ବିଜୟୀ ।
ଭୋଗରାଇ ଜୋନ ୩୧ରେ ବିଜେଡିର ଦମୟନ୍ତୀ ସାହୁ ବିଜୟୀ ।
ବାଲିଆପାଳ ଜୋନ ୨୧ରେ ବିଜେଡିର କାଞ୍ଚନ ଜେନା ଜିତିଛନ୍ତି ।

Get real time updates directly on you device, subscribe now.