fbpx

ଭୋଟ୍ ଗଣତି ଜାରି: ଜାଣନ୍ତୁ ରାୟଗଡ଼ା ଓ ନବରଙ୍ଗପୁରରେ କାହାର ହେଲା ବିଜୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୩୧୫ ଜୋନରୁ ୨୫୬ର ଆସିଲା ଫଳାଫଳ । ପ୍ରଥମ ଦିନରେ ବହୁ ସିଟ୍ ସହ ବିଜେଡି ଆଗରେ ରହିଛି । ୨୩୦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ୧୦ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ରାୟଗଡ଼ା ଓ ନବରଙ୍ଗପୁର ଫଳାଫଳ…

ରାୟଗଡ଼ା:-
ପଦ୍ମପୁର ଜୋନ ୧୨ରେ ବିଜେଡିର ଦାର୍ଗିନ ଶବର ବିଜୟୀ ।
ରାମନାଗୁଡ଼ା ୧୮ ନମ୍ବର ଜୋନରେ କଂଗ୍ରେସର ଟି.ଶ୍ରୀଧର ବିଜୟୀ ।
ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ବିଜୟୀ ।
କଲ୍ୟାଣପୁର ଜୋନ ୧ରେ ବିଜେଡିର ବି.ପ୍ରସାଦ ରାଓ ବିଜୟୀ ।
କାଶୀପୁର ଜୋନ ୩ରେ ବିଜେଡିର ଅମି ମାଝୀ ଆଗୁଆ ।
କୋଲନରା ଜୋନ ୬ରେ ବିଜେଡିର ଧବଳେଶ୍ୱର ନାଇଡୁ ଆଗୁଆ ।
ଗୁଡ଼ାରୀ ଜୋନ ୮ରେ ବିଜେଡିର ପତି କ୍ରାସ୍କା ଆଗୁଆ ।
ଚନ୍ଦ୍ରପୁର ଜୋନ ୧୧ରେ ବିଜେଡିର ସୁଜିତ ବେଡ୍ରେକା ଆଗୁଆ ।
ବିଷମକଟକ ଜୋନ ୧୪ରେ ବିଜେଡିର ସୁଜାତା କାଡ୍ରାକ ବିଜୟୀ ।
ମୁନିଗୁଡ଼ା ଜୋନ ୧୬ରେ ବିଜେଡିର ସନ୍ତୋଷ ସୁନା ବିଜୟୀ ।
ରାୟଗଡ଼ା ଜୋନ ୨୦ରେ ବିଜେଡିର ପ୍ରଶାନ୍ତ କୁଲେସିକା ବିଜୟୀ ।

ନବରଙ୍ଗପୁର:-
ନନ୍ଦାହାଣ୍ଡି ଜୋନ ୧୮ରେ ସ୍ୱାଧୀନ ପ୍ରାର୍ଥୀ ଦିବ୍ୟଦାନ ସୁନା ବିଜୟୀ ।
ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ ଅଛନ୍ତି ।
ଉମରକୋଟ ଜୋନ ୧ରେ ବିଜେଡିର ଚନ୍ଦନ ରାୟ ଆଗୁଆ ଅଛନ୍ତି ।
ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ବିଜୟୀ ।
ପାପଡାହାଣ୍ଡି ଜୋନ ୨୦ରେ ବିଜେଡିର ଯଶୋବନ୍ତ ନାୟକ ବିଜୟୀ ।
ଝରିଗାଁ ଜୋନ ୯ରେ ବିଜେଡିର ଯମୁନା ଗଣ୍ଡ ବିଜୟୀ ।
ରାଇଘର ଜୋନ ୨୩ରେ ବିଜେଡିର ଯତୀନ୍ଦ୍ର ଗଣ୍ଡ ଆଗୁଆ ।
ନବରଙ୍ଗପୁର ଜୋନ ୧୬ରେ ବିଜେଡିର ଜୟମଣି ସମର୍ଥ ବିଜୟୀ ।
ତେନ୍ତୁଳିଖୁଣ୍ଟି ଜୋନ ୧୪ରେ ବିଜେଡିର କ୍ରିଷ୍ଣାମଂଜରୀ ବିଷୋୟୀ ବିଜୟୀ ।
କୋଷାଗୁମୁଡ଼ା ଜୋନ ୪ରେ ବିଜେଡିର ରମାବତୀ ପୂଜାରୀ ବିଜୟୀ ।

Get real time updates directly on you device, subscribe now.