fbpx

କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି: ଓଡ଼ିଶାରେ ହାତକୁ ବଡ଼ ଝଟକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବା ବେଳେ ସେନେଇ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ରାଜ୍ୟ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା ।

ସୂଚନା ମୁତାବକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଉପସଭାପତି ରଜତ ଚୌଧୁରୀ କଂଗ୍ରେସ ଛାଡ଼ିଛନ୍ତି । ନିଜର ଇସ୍ତଫା ପତ୍ରକୁ ରଜତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ରଜତ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ରଜତ ରାଜ୍ୟ ଯୁବ କଂଗ୍ରେସର ସଭାପତି ଦାୟିତ୍ୱରେ ରହିଥିଲେ । ତେବେ କ’ଣ ପାଇଁ ରଜତ କଂଗ୍ରେସ ଛାଡ଼ିଲେ ସେନେଇ କିଛି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନଥିବା ବେଳେ ସେ ଅସନ୍ତୋଷ କାରଣରୁ ଦଳ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.