fbpx

ପୁଣି ବଢ଼ୁଛି କରୋନା ସଂକ୍ରମଣ! ରାଜ୍ୟରେ ଆଜି ୬୨ ନୂଆ ପଜିଟିଭ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ୬୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଂଘରୋଧରୁ ୩୭ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୩ ରହିଛି। ଗୁରୁବାର ଏହି ସଂଖ୍ୟା ୬୧ଥିବାବେଳେ ଆଜି ସେଥିରେ ଆଉ ନୂଆ ୬୨ଜଣ ସାମିଲ ହୋଇଛନ୍ତି। ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୦ରେ ପହଂଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୮, ସୁନ୍ଦରଗଡ଼ରୁ ଓ ବାଲେଶ୍ୱରରୁ ୨ ଜଣ, ପୁରୀ, କୋରାପୁଟ, ଜଗତସିଂହପୁର, ଝାରସୁଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.