fbpx

ପୁଣି ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ଦୁଇ ଜିଲ୍ଲା: ଭୟରେ ଘରୁ ବାହାରି ଆସିଲେ ଲୋକ

AAKASH

ଭୁବନେଶ୍ୱର: ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ । ବାଲେଶ୍ୱର ଏବଂ ବାରିପଦାରେ ପୁଣି ଥରେ ପ୍ରଚଣ୍ଡ ଶବ୍ଦ ଶୁଭିଥିବାର ସୂଚନା ମିଳିଛି । ଯାହାଫଳରେ ଲୋକମାନେ ଭୟଭିତହୋଇ ଘରୁ ବାହାରକୁ ପଳାଇ ଆସିଥିବା ସୂଚନା ମିଳିଛି ।

ତେବେ ବାଲେଶ୍ୱର ଏବଂ ବାରିପଦାରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି କିଛି ଘଟିଛି । କିଛି ଦିନ ତଳେ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳ । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ଏହା ଫଳରେ ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିଲେ ।

ତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକମାନେ ମଧ୍ୟ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ତେବେ ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।

Get real time updates directly on you device, subscribe now.