fbpx
BSKY
BJD YOUTH SKY
BJD MS SKY

ବିଶ୍ୱ ନିବେଶକଙ୍କ ବିଶ୍ୱାସ ଜିତିବାକୁ ମିଶନ ଆରମ୍ଭ କଲା ଆଦାନୀ ଗ୍ରୁପ୍, ଆଜିଠାରୁ ସିଙ୍ଗାପୁରରେ ବୈଠକ ଆରମ୍ଭ

ନୁଆଦିଲ୍ଲୀ: ଆଦାନୀ ସମୁହ ପାଇଁ ଏହି ସପ୍ତାହ ବହୁତ ଗୁରୁତ୍ୱପୁର୍ଣ୍ଣ ହେବାକୁ ଯାଉଛି । କାରଣ ଏସିଆ ମହାଦେଶର ବଡ଼ ନିବେଶକ ମାନଙ୍କ ସହିତ ଆଦାନୀ ଗ୍ରୁପ୍‌ର ବୈଠକ ହେବାକୁ ଯାଉଛି । ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ଏସିଆର ସ୍ଥିର ନିବେଶକ ମାନଙ୍କ ସହିତ ଏହି ବୈଠକର ଗୁରୁତ୍ୱ ବହୁତ ବେଶି ରହିଛି । ଗତମାସରେ ଆମେରିକାର ସର୍ଟସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିଥିଲା । ଯାହା ପରେ ଆଦାନୀ ଗ୍ରୁପ୍ ଏହାର ପ୍ରାୟ ୭୦ ପ୍ରତିଶତ ସେୟାର ହରାଇ ସାରିଲାଣି । ଏହି ରିପୋର୍ଟରେ ରିସର୍ଚ୍ଚ ଫାର୍ମ ଆଦନୀ ଗ୍ରୁପ୍ ଉପରେ ଆକାଉଣ୍ଟିଂ ପ୍ରଡ୍ ଏବଂ ଷ୍ଟକ୍ ଠକାମି ଭଳି ଅଭିଯୋଗ ଲଗାଇଥିଲା ।

ସୋମବାର ସିଙ୍ଗାପୁର ରାଜଧାନୀରେ ହେବାକୁ ଥିବା ଏହି ବୈଠକରେ ବିଶ୍ୱର ପ୍ରାୟ ଏକ ଡର୍ଜନ ଗ୍ଲୋବାଲ ବ୍ୟାଙ୍କ ଭାଗ ନେବେ । ଏହାପରେ ମଙ୍ଗଳବାର ଏବଂ ବୁଧବାର ହଂକ କଂଗରେ ବୈଠକ ହେବ । ଏହି ବୈଠକରେ କମ୍ପାନୀର ଚିଫ ଫାଇନାସିଆଲ ଅଫିସର ଯୁଗେସିନ୍ଦର ସିଂ ଏବଂ କର୍ପୋରେଟ୍ ଫାଇନାସିଂ ହେଡ ଅନୁପମ ମିଶ୍ରା ଯୋଗ ଦେବେ ।

ଆଦାନୀ ଗ୍ରୁପ୍‌ର ଉପସ୍ଥିତି ଦେଶରେ ବିଭିନ୍ନ ଶିଳ୍ପରେ ରହିଛି । ଯେଉଁଥିରେ ପୋର୍ଟରୁ ଆରମ୍ଭ କରି ଏନର୍ଜି ପର୍ଯ୍ୟନ୍ତ ସାମିଲ । କିନ୍ତୁ ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ କମ୍ପାନୀର ସେୟାର ମୂଲ୍ୟ ୧୫୦ ଆରବ ଡଲାର ହ୍ରାସ ପାଇଛି । ତେବେ ଆଦାନୀ ଗ୍ରୁପ୍ ଖୁବ୍‌ଶୀଘ୍ର ଏହି କ୍ଷତିର ଭରଣା କରିବା ଉଦେଶ୍ୟରେ କାର୍ଯ୍ୟ କରୁଛି । କୁହାଯାଉଛି ଯେ, ସିଙ୍ଗାପୁର ଏବଂ ହଂକ କଂଗରେ ହେଉଥିବା ବୈଠକ ଏହି ଲକ୍ଷ୍ୟରେ ନିଆଯାଇଥିବା ଏକ ପଦକ୍ଷେପ ।

ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପଇବା ସହିତ ଏହାର ବିଭିନ୍ନ ବ୍ରାଣ୍ଡର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆଦାନୀ ଗ୍ରୁପ୍ ରେ ବିଶ୍ୱର ପ୍ରାୟ ୨୦୦ ନିବେଶକ ବିପୁଳ ପରିମାଣରେ ନିବଶ କରିଛନ୍ତି । ଏଥିରେ ବ୍ଲାକ୍ ରକ୍ ଭଳି ବଡ଼ ଫାଇନାସିଆଲ ସଂସ୍ଥା ସାମିଲ ଅଛନ୍ତି । ଏହି ସଂସ୍ଥା ଆଦାନୀ ଗ୍ରୁପ୍‌ରେ ପ୍ରାୟ ୮ ବିଲିୟନ ଡଲାର ନିବେଶ କରିଛି ।

ହିଣ୍ଡେନ୍‌ବର୍ଗ ରିପୋର୍ଟ ପରେ, ଆଦାନୀ ଗ୍ରୁପ୍ ସ୍ଥିର ଆର୍ଥିକ ନିବେଶକଙ୍କୁ ଏହାର ଆର୍ଥିକ ସ୍ଥିତିକୁ ଅନେକ ଥର ସ୍ପଷ୍ଟ କରିଛି । କିଛି ଦିନ ପୂର୍ବରୁ, ନିବେଶକଙ୍କ ସହ ଏକ ବୈଠକରେ ସେ ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ଭିତ୍ତିହୀନ ବୋଲି କହିଥିଲେ । ତେବେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଆସିବା ପରେ କମ୍ପାନୀର ସେୟାରଗୁଡିକ ଚାପରେ ଅଛି, ଫେବୃଆରୀ ୨୭ ରେ ମଧ୍ୟ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ଉପରେ ଚାପ ଦେଖିବାକୁ ମିଳିଥିଲା । ଗ୍ରୁପ୍‌ର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାର ୪.୭ ପ୍ରତିଶତ ହ୍ରାସ ପାଇ ୧,୨୫୧ ଟଙ୍କା ହୋଇଛି ।

Get real time updates directly on you device, subscribe now.