fbpx
BSKY SKY
BSKY SKY

ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ନିଯୁକ୍ତ ହେଲେ LIC ଚେୟାରମ୍ୟାନ୍

BSKY

ନୂଆଦିଲ୍ଲୀ: କେନ୍ଦ୍ରରେ ପୁଣି ଏକ ବଡ଼ ଦାୟିତ୍ୱ ପାଇଛନ୍ତି ଆଉ ଜଣେ ଓଡ଼ିଆ। ଭାରତର ସର୍ବବୃହତ ଜୀବନ ବୀମା କମ୍ପାନୀ ଏଲ୍‌ଆଇସି’ର ଚେୟାରମ୍ୟାନ୍ ଭାବେ ସିର୍ଦ୍ଧାର୍ଥ ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ପୁର୍ବରୁ ମାର୍ଚ୍ଚ ମାସରେ ତିନି ମାସ ପାଇଁ ତାଙ୍କୁ ମଧ୍ୟବତ୍ତିକାଳୀନ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା। ଏଲ୍‌ଆଇସି’ର ଚାରି ପ୍ରବନ୍ଧ ନିର୍ଦ୍ଦେଶକଙ୍କ ମଧ୍ୟରୁ ସିଦ୍ଦାର୍ଥ ମହାନ୍ତି ଅନ୍ୟତମ ଏବଂ ସେ ୨୦୨୫ରେ ଏଲ୍‌ଆଇସିରୁ ଅବସର ନେବେ। ତେବେ ୨୯ ଜୁନ୍ ୨୦୨୪ ପର୍ଯ୍ୟନ୍ତ ମହନ୍ତିଙ୍କୁ ଏହି ଦାୟିତ୍ୱ ମିଳିଛି।

ମହାନ୍ତି ଯିଏ ପୂର୍ବରୁ ଏଲଆଇସି ହାଉସିଂ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିଲେ, ସେ ପୂର୍ବରୁ ସେ ଏଲ୍‌ଆଇସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ମହାନ୍ତି ୧୯୮୫ ରେ ସିଧାସଳଖ ନିଯୁକ୍ତି ଅଧିକାରୀ ଭାବରେ ଏଲ୍‌ଆଇସିରେ ଯୋଗ ଦେଇଥିଲେ ଏବଂ ଏହା ପରେ କମ୍ପାନୀ ମଧ୍ୟରେ ବିଭିନ୍ନ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇଥିଲେ । ମହାନ୍ତି ମଧ୍ୟ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଥିଲେ ।

ତେବେ କିଛି ଦିନ ପୁର୍ବରୁ ଆମେରିକାର ସର୍ଟ ସେଲିଂ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ସମୁ ଉପରେ ଟ୍ୟାକ୍ସ ଠକେଇ ଏବଂ ଷ୍ଟକ୍ ମାନିପୁଲେସନ୍ ଉପରେ ଅଭିଯୋଗ କରିବା ପରେ ଚଳିତ ବର୍ଷ ଆରମ୍ଭରେ ଆଦାନୀ ଗୋଷ୍ଠୀରେ ଏଲ୍‌ଆଇସିର ବିନିଯୋଗ ଯାଞ୍ଚ କରାଯାଇଥିଲା । ତେବେ ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଛି । ଏହାର ନିବେଶ ସ୍ଥିତି ଉପରେ LIC ଏକ ବିବୃତ୍ତି ମଧ୍ୟ ଦେଇଛି ।

 

Get real time updates directly on you device, subscribe now.