fbpx

ସୌରଶକ୍ତି ଉତ୍ପାଦନରେ ଓଡ଼ିଶା ହେବ ନମ୍ବର ୧: ପୂର୍ବତଟ ରେଳ ବିଭାଗ ନେବ ଏହି ଦାୟିତ୍ୱ

ଭୁବନେଶ୍ୱର: ଓଡିଶାରେ ହେବ ସୌରଶକ୍ତି ଉତ୍ପାଦନ କେନ୍ଦ୍ରର ସ୍ଥାପନ । ଏହାକୁ ଆରମ୍ଭ କରିବ ପୂର୍ବତଟ ରେଳପଥ ବିଭାଗ । ୨୧୮୨୬ kwp କ୍ଷମତା ସୌର ଶକ୍ତି ସଂସ୍ଥାପନ କରିବାକୁ ଯୋଜନା ରଖିଛି ପୂର୍ବତଟ ରେଳପଥ ବିଭାଗ । ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ ୧୪୯ଟି ଷ୍ଟେସନ୍ ବିଲଡିଙ୍ଗ, ୨୪୮ ଟି ସର୍ଭିସ୍ ବିଲଡିଙ୍ଗ, ୬୯୨୪ ଟି ଆବାସିକ ବିଲଡିଙ୍ଗ ଏବଂ ୩୬୬ ଟି ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି ।

ଖବର ଅନୁସାରେ, ଷ୍ଟେସନ ବିଲଡିଙ୍ଗ, ସର୍ଭିସ ବିଲଡିଙ୍ଗ, ଆବାସିକ ବିଲଡିଙ୍ଗ ଏବଂ ଲେଭଲ କ୍ରସିଙ୍ଗ ଗେଟ୍ ମାନଙ୍କରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ ବିଭାଗ । ଏଥିସହ ବର୍ଷକୁ ପ୍ରାୟ ୯୧.୪୧ ଲକ୍ଷ ଟଙ୍କା ଓ ଶକ୍ତି ବିଲ୍ ବର୍ଷକୁ ପ୍ରାୟ ୧୪ କୋଟି ଟଙ୍କା ସଞ୍ଚୟ ହେବ ।

ସେହିପରି ପୂର୍ବତଟ ରେଳପଥ ପ୍ରାୟ ୮୩.୭୯ କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି । ଭୁବନେଶ୍ୱର-କଟକ-ପାରାଦୀପ-ଭଦ୍ରକ ରେଳ ସେକ୍ସନ ପାଇଁ ୮.୮୬ କୋଟି, ଅନୁଗୁଳ ରେଳ ସେକ୍ସନ ପାଇଁ ୯.୪୮ କୋଟି ଟଙ୍କା ବ୍ୟୟବରାଦ କରିଛି ପୂର୍ବତଟ ରେଳପଥ ।

ବ୍ରହ୍ମପୁର-ପଲାସା ରେଳ ସେକ୍ସନରେ ସୌରଶକ୍ତି ସ୍ଥାପନ ବାବଦରେ ପ୍ରାୟ ୦୯.୧୩ କୋଟି ଟଙ୍କା, , ଦୁଭାଡା-ପଲାସା ମୁଖ୍ୟ ଲାଇନ, ନୌପଡା-ଗୁଣୁପୁର ,ବିଜୟନଗରମ-ରାୟଗଡା ଅଞ୍ଚଳ ପାଇଁ ୮.୭୮ କୋଟି ଓ କୋଟାଭାଲାସା-କିରାଣ୍ଡୁଲ ରେଳ ଲାଇନ ପାଇଁ ୭.୫୩ କୋଟି ଟଙ୍କା, ପୁରୀ ରେଳ ସେକ୍ସନ ପାଇଁ ୮.୭୪ କୋଟି, ପାରାଦୀପ-କେନ୍ଦୁଝରଗଡ ରେଳ ସେକ୍ସନ ପାଇଁ ୮.୧୦ କୋଟି, ବିଶାଖାପାଟନମ୍ ଅଞ୍ଚଳ ପାଇଁ ୭.୨୫ କୋଟି, ବିଶାଖାପାଟନମ୍ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଅଞ୍ଚଳ ପାଇଁ ୭.୧୦ କୋଟି ଟଙ୍କାର ବ୍ୟୟ ବରାଦ କରିଛି ।

Get real time updates directly on you device, subscribe now.