fbpx
BJD SKY
BJD SKY

ବିଶ୍ୱକୁ ଟୀକା ଯୋଗାଇବ ଓଡ଼ିଶା: ଅନ୍ତିମ ପର୍ଯ୍ୟାୟରେ ସାପିଜେନ୍‌ ବାୟୋଲଜିକ୍ସ ଟୀକା ଉତ୍ପାଦନ ପ୍ଲାଣ୍ଟ

BJD

ଓଡ଼ିଶା ଭାସ୍କର: ଖୁବଶୀଘ୍ର ସାରା ବିଶ୍ୱକୁ ବିଭିନ୍ନ ଟୀକା ଯୋଗାଇବାକୁ ଯାଉଛି ଓଡ଼ିଶା । କାରଣ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ କାର୍ୟ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଏହି ପ୍ଲାଣ୍ଟକୁ ପରିଦର୍ଶନ କରିଛନ୍ତି। ସେ ପ୍ଲାଣ୍ଟର ସମସ୍ତ ୟୁନିଟ୍‌ ପରିଦର୍ଶନ କରିବା ସହିତ ମ୍ୟାନେଜ୍‌ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ପ୍ଲାଣ୍ଟକୁ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନିମନ୍ତେ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ET&IT  ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, IDCOର MD ଭୂପିନ୍ଦର ସିଂ ପୁନିଆ ପ୍ରମୂଖ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ଭାରତ ବାୟୋଟେକ୍‌ ପାର୍କର ଡ. କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି ଟଙ୍କା ପୁଂଜିନିବେଶରେ ସ୍ଥାପନ କରାଯାଉଛି। ଏହି ପ୍ଲାଣ୍ଟ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କ୍ଷମତା ରହିଥିବା ଜଣାପଡିଛି। ତେବେ ବିଶେଷକରି ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୫ରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟିକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ ଏବଂ ଏହା ଦ୍ୱାରା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହେବ। ଏହି ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜୀବନ ମୂଲ୍ୟବାନ ନୀତି ଆଧାରରେ ସ୍ଥାପନ ହେଉଛି। ଏଠାରୁ ପ୍ରସ୍ତୁତ ଟିକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇଦେବ।

 

 

Get real time updates directly on you device, subscribe now.