fbpx

ଚଣ୍ଡିଗଡ଼ ନୂଆ ମେୟର ମନୋଜ ସୋନକରଙ୍କ ଇସ୍ତଫା: ସୁପ୍ରିମକୋର୍ଟଙ୍କ ଶୁଣାଣିର ଗୋଟିଏ ଦିନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଚଣ୍ଡିଗଡ଼ର ନୂଆ ମେୟର ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ଜାଲିଆତି କରି ସୋନକରଙ୍କୁ ମେୟର ଆସନରେ ବସାଇଥିବା ନେଇ ଆମ୍ ଆଦମୀ ପାର୍ଟି (ଆପ) ଓ କଂଗ୍ରେସ ଅଭିଯୋଗ କରିଥିଲେ । ତେବେ ଏହି ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟ କରିବେ । ରାୟ ଆସିବା ପୂର୍ବରୁ ସୋନକର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏନେଇ ପଞ୍ଜାବ ବିଜେପି ଅଧ୍ୟକ୍ଷ ଜିତେନ୍ଦ୍ର ମାଲହୋତ୍ରା ସୂଚନା ଦେଇଛନ୍ତି ।

ପଞ୍ଜାବର ମେୟର ନିର୍ବାଚନରେ ଜାଲିଆତି ହୋଇଥିବା ନେଇ ଆପ ଓ କଂଗ୍ରେସ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିସହିତ ନିର୍ବାଚନୀ ପ୍ରକ୍ରିୟା, ନୂଆ ମେୟରଙ୍କ କାର୍ଯ୍ୟ ଉପରେ ରୋକ ଲଗାଇବା ଓ ନିର୍ବାଚନର ସମସ୍ତ ଡକ୍ୟୁମେଣ୍ଟକୁ ସିଲ୍ କରିବାକୁ ଦାବି ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ପ୍ରଥମ ଶୁଣାଣି ସମୟରେ ମେୟରଙ୍କ କାର୍ଯ୍ୟ ଉପରେ ରୋକ ଲଗାଇବା ସହିତ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ଉପରେ ମଧ୍ୟ ରୋକ ଲଗାଇôଥଲେ ଓ ବାଲାଟ ପେପରକୁ ସିଲ କରିବାକୁ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.