fbpx

ଚାଷୀ ସଂଠନ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ଆଲୋଚନା ସରାତ୍ମକ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଦେଶର ୩ ଜଣ କେନ୍ଦ୍ରମନ୍ତ୍ରୀ କୃଷକଙ୍କ ନେତାଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ସକରାତ୍ମକ ଭାବରେ ଶେଷ ହୋଇଥିବା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଦେଇଛନ୍ତି । ଏହି ଆଲୋଚନାରେ କିଛି କୃଷି ସାମଗ୍ରୀ ଉପରେ ଏମଏସପି ପାଇଁ ପ୍ରସ୍ତାବ ଦେଇଛନ୍ତି ସରକାର । ସେହିପରି ୪ଟି ସାମଗ୍ରୀ ଉପରେ ୫ ବର୍ଷ ପାଇଁ ଏମଏସପି ଗ୍ୟାରେଣ୍ଟି ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ତେବେ କୃଷକ ସଂଘ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ସଂଘର ସଦସ୍ୟମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କହିଛି କୃଷକ ସଂଘ ।

Get real time updates directly on you device, subscribe now.