Vigilance Raid: ଯେତେ ଖୋଜୁଛି ସେତେ ବାହାରୁଛି, ଆହୁରି ବାହାରିବ… ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଘାଣ୍ଟୁଛି ଭିଜିଲାନ୍ସ

ବ୍ୟାଙ୍କ ଜମାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

ଅନୁଗୁଳ: ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ।ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୨ କୋଠା, ୨ ଫ୍ଲାଟ୍‌, ୪ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।
ସୁନ୍ଦରଗଡ଼ରେ ୩ ମହଲା ଓ ରାଉରକେଲାରେ ୨ ମହଲା କୋଠା ଠାବ କରାଯାଇଛି।

ଭୁବନେଶ୍ୱର ଘାଟିକିଆରେ ଯନ୍ତ୍ରୀଙ୍କର ୨ଟି ଫ୍ଲାଟ୍ ଥିବା ରେଡ ବେଳେ ଧରିଛି ଭିଜିଲାନ୍ସ। ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ଅଛି ୪ ପ୍ଲଟ୍‌
ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ବ୍ୟାଙ୍କ ଜମାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଅନୁଗୁଳର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।