fbpx

ତରୁଣକାନ୍ତି ମିଶ୍ରଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ୨୦୧୯ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଯାଇଛି । ବିଶିଷ୍ଟ କଥାକାର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ମିଳିବ ଏହି ପୁରସ୍କାର । ଗଳ୍ପ ସଂକଳନ ‘ଭାସ୍ବତୀ’ ପାଇଁ ତରୁଣକାନ୍ତି ମିଶ୍ର ପାଇବେ ପୁରସ୍କାର । କଂଗ୍ରେସ ସାଂସଦ ଶିଶ ଥରୁରଙ୍କୁ ଇଂରାଜୀ ଭାଷାରେ ନିଜର ଲେଖା ‘ An Era of Darkness’ ପାଇଁ ଦିଆଯାଇଛି । ଉର୍ଦ୍ଦୁରେ ଶାଫେ କିଦବାଇଙ୍କୁ ଜୀବନୀ ସବନେହ-ଏ-ସର-ସୈୟଦ-ଏକ ବାଜଦୀଦ ପାଇଁ ସମ୍ମାନ ଦିଆଯାଇଛି ।

ତେବେ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଚଉଦ ବର୍ଷ ବୟସରେ ତରୁଣକାନ୍ତିଙ୍କର ପ୍ରଥମ ଗଳ୍ପ “ହେ ପୃଥିବୀର ନାଗରିକ” “ଆସନ୍ତାକାଲି” ପତ୍ରିକାରେ ପ୍ରକାଶ ପାଇଥିଲା । ବିଜେବି କଲେଜରେ ପଢି଼ବାବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି । ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି ।

Get real time updates directly on you device, subscribe now.