fbpx
BSKY SKY
BSKY SKY

କର୍ମଚାରୀଙ୍କୁ କରୋନା: ରାଜ୍ୟର ଏହି କଲେଜ ହେଲା ସଟଡାଉନ୍, ଜାଣନ୍ତୁ କେଉଁଠି?

BSKY

ସମ୍ବଲପୁର, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମାଡି ଚାଲିଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ଗାୟତ୍ରୀ କଲେଜର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ପରେ କଲେଜକୁ ସଟଡାଉନ୍ କରାଯାଇଛି । ଗାୟତ୍ରୀ କଲେଜକୁ ସଟଡାଉନ୍ ଘୋଷଣା କରିଛନ୍ତି କର୍ତ୍ତୁପକ୍ଷ । ହୋଲି ପର୍ଯ୍ୟନ୍ତ କଲେଜ ସଟଡାଉନ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କଲେଜ କର୍ତ୍ତୁପକ୍ଷ ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୨୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧୪ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୩୭ରହିଥିବା ବେଳେ ୧୧୫୧ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.