CHARIDHAM

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ରାଜଧାନୀ ଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳାଠାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଚୂଡାନ୍ତ ରୂପରେଖ ଦିଆଯାଇଛି

ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ ନାହିଁ। ତେବେ ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସ ପାଳନ ପରେ ଲାଲକିଲାଠାରେ ଅନୁଷ୍ଠିତ ହେବାକୁ ଥିବା ୧୪ ଦିନିଆ ଭାରତ ପର୍ବରେ ସ୍ଥାନ ପାଇବ।

ରାଜଧାନୀ ଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳାଠାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଚୂଡାନ୍ତ ରୂପରେଖ ଦିଆଯାଇଛି। ଓଡ଼ିଶାର ପ୍ରଚୀନ ବୋଇତ ବନ୍ଦାଣ ପରମ୍ପରା ଅନୁଯାୟୀ ଏହାକୁ ରୂପ ଦିଆଯାଇଛି।

ଜାନୁଆରୀ ୨୬ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ‘ଭାରତ ପର୍ବ’ରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ‘ଭାରତ ପର୍ବ’ ଗଣତନ୍ତ୍ର ଦିବସ ପାଳନ କରିବାର ଏକ ଅଂଶ।

ସେପଟେ ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଦାଦ୍ରା ନଗର ହାଭେଲି ଏବଂ ଡାମନ ଏବଂ ଡିୟୁ ଏବଂ ଚଣ୍ଡିଗଡ଼ର ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢ଼ ଚୟନ କରାଯାଇଛି। ଏ ସମସ୍ତେ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ।