fbpx

OFDC ପକ୍ଷରୁ ଜାରି ହେଲା ଆଡମିଟ୍ କାର୍ଡ: ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ସମସ୍ତ ପଦ ପାଇଁ ପରୀକ୍ଷା

ଗତ ନଭେମ୍ବର ମାସରେ ଓଡ଼ିଶା ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ (ଓଏଫଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ନଭେମ୍ବର ମାସ ୨୨ ତାରିଖରୁ ଡିସେମ୍ବର ମାସ ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ପ୍ରାର୍ଥୀଙ୍କୁ ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨, ଆସିଷ୍ଟାଣ୍ଟ ଗ୍ରେଡ-୩, ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୨, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୩ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ ।

ତେବେ ଉକ୍ତ ସମସ୍ତ ପଦ ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସେନେଇ ଗତ ୧୨ ତାରିଖରେ ପରୀକ୍ଷା ତାରିଖ ଘୋଷଣା ହୋଇଥିବା ବେଳେ ଆଜି ସମସ୍ତ ପଦ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଓଏଫଡିସିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨ ଓ ଏକଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ପଦ ପାଇଁ ଜାନୁଆରୀ ୨୯ରେ, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୨ ଓ ଆସିଷ୍ଟାଣ୍ଟ ଗ୍ରେଡ-୩ ପଦ ପାଇଁ ଜାନୁଆରୀ ୩୦ରେ, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୩ (ବ୍ୟାଚ-୧) ଓ (ବ୍ୟାଚ-୨) ପରୀକ୍ଷା ଜାନୁଆରୀ ୩୧ ତାରିଖରେ ଅନୁଷ୍ଠିତ ହେବ । ସମସ୍ତ ପଦର ପରୀକ୍ଷା ପାଇଁ ବିଭିନ୍ନ ଦିନ ଓ ବିଭିନ୍ନ ସମୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୭ ତାରିଖ ଠାରୁ ପ୍ରାର୍ଥୀମାନେ ଓଏଫଡିସି ଅଫିସିଆଲ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଆଡମିଟ୍ କାର୍ଡ ଡାଉନଲୋଡ୍ ବାବଦରେ ସବିଶେଷ ସୂଚନା ଜାଣିବା ଓ ଆଗାମୀ ପରୀକ୍ଷା ସମ୍ବନ୍ଧୀୟ ଅପଡେଟ୍ ପାଇବା ପାଇଁ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏହି ନିଯୁକ୍ତିରେ ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ଗତ ବର୍ଷ ଜୁନ୍ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହେବା ଆବଶ୍ୟକ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ଫିଲ୍ଡ ଆସିଷ୍ଟାଣ୍ଟ, ଗ୍ରେଡ-୨ (ସେକ୍ସନାଲ ସୁପରଭାଇଜର) ଓ ଫିଲ୍ମ ଆସିଷ୍ଟାଣ୍ଟ ଗ୍ରେଡ-୩ ପଦ ପାଇଁ ପ୍ରାର୍ଥୀଙ୍କ ଶାରୀରିକ ଦକ୍ଷତା ଟେଷ୍ଟ କରାଯିବ । ପୁରୁଷ ପ୍ରାର୍ଥୀଙ୍କୁ ୪ ଘଣ୍ଟାରେ ୨୫ କିଲୋମିଟର ଓ ମହିଳା ପ୍ରାର୍ଥୀଙ୍କୁ ୪ ଘଣ୍ଟାରେ ୧୬ କିଲୋମିଟର ଚାଲିବାକୁ ପଡ଼ିବ । ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨, ଆସିଷ୍ଟାଣ୍ଟ ଗ୍ରେଡ-୩ ଓ ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ (ଜୁନିୟର ଷ୍ଟେନୋଗ୍ରାଫର) ପଦ ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ପ୍ରାକ୍ଟିକାଲ ଟେଷ୍ଟ ଦେବାକୁ ପଡ଼ିବ ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://www.odishafdc.com/career20102020/index.php

Get real time updates directly on you device, subscribe now.