fbpx
BSKY
BJD SHG SKY
BJD YOUTH SKY

ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରନ୍ତୁ ଏହି ୫ ଫୁଲ: ଘରେ ହେବ ଧନର ବର୍ଷା

ନୂଆଦିଲ୍ଳୀ: ମାଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଶୁକ୍ରବାର ମା’ଙ୍କ ପୂଜା ଦ୍ୱାରା ବିଭିନ୍ନ ପ୍ରକାରର ଶୁଭଫଳ ପ୍ରାପ୍ତ ହୋଇଥାଏ । ତେବେ ଏହି ପୂଜାର କିଛି ସଠିକ୍ ବିଧି ମଧ୍ୟ ରହିଛି । ସଠିକ୍ ବିଧିରେ ପୂଜା କରିବା ଦ୍ୱାରା ଘରକୁ ଧନ ସମ୍ପତ୍ତି ଆଗମନ ବଢିଥାଏ । ତେବେ କେଉଁ ଫୁଲ ବ୍ୟବହାର କରିବା ଦ୍ୱାରା ମା’ ଅଧିକ ପ୍ରସନ୍ନ ହୋଇଥାନ୍ତି ଆସନ୍ତୁ ଜାଣିବା ।

କନିଅର ଫୁଲ: କନିଅର ଫୁଲ ମା’ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଫୁଲରେ ପୂଜା କରିବା ଦ୍ୱାରା ସର୍ବଦା ସୁଖ ସମୃଦ୍ଧି ମିଳିଥାଏ । ଧଳା କନିଅର ଫୁଲରେ ପୂଜା କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ।

କୁସୁମ ଫୁଲ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁସୁମ ଫୁଲ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ । ଏହି କାରଣରୁ ମା’ଙ୍କ ନିକଟରେ ଏହି ଫୁଲ ଚଢା ଯାଇଥାଏ ।

ଲାଲ ଗୋଲାପ: ଲାଲ ଗୋଲାପ ମା’ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ । ଲାଲ ଗୋଲାପ ଫୁଲରେ ପୂଜା କରିବା ଦ୍ୱାରା ବିବାହିତା ମହିଳାଙ୍କ ବୈବାହିକ ଜୀବନ ସୁଦୃଢ ହୋଇଥାଏ ।

ପଦ୍ମ : ମା ଲକ୍ଷ୍ମୀ ପଦ୍ମ ଫୁଲରେ ବିରାଜିତ ହୋଇଥାନ୍ତି । ପଦ୍ମ ଫୁଲ ମା’ଙ୍କ ସବୁଠାରୁ ପ୍ରିୟ ଫୁଲ । ଦୀପାବଳିରେ ମା’ଙ୍କ ପୂଜା କରିବା ସମୟରେ ପଦ୍ମ ଫୁଲ ଚଢାଇବା ଦ୍ୱାରା ଲକ୍ଷ୍ମୀ ଦେବୀ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଘରକୁ ଅର୍ଥ ଆଗମନର ରାସ୍ତା ପ୍ରଶସ୍ତ ହୋଇଥାଏ ।

ମନ୍ଦାର: ମନ୍ଦାର ଫୁଲ ମଧ୍ୟ ମା ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରାଯିବା ଉଚିତ୍ । ଭିନ୍ନ ଭିନ୍ନ ରଙ୍ଗର ମନ୍ଦାର ରହିଥିବା ବେଳେ ନୀଳ ରଙ୍ଗର ମନ୍ଦାର ଫୁଲ ବ୍ୟବହାର ଦ୍ୱାରା ମା’ଙ୍କ କୃପା ମିଳିଥାଏ ।

Get real time updates directly on you device, subscribe now.