fbpx

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁରୀ ପୋଲିସ୍

ପୁରୀ: ବହୁଚର୍ଚ୍ଚିତ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ମଙ୍ଗଳବାର ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ୍ । ଏହି ହତ୍ୟାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବ ପୁରୀ ପୋଲିସ୍ । ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର, ବାବା ମହାପାତ୍ର ଓ ହରି ପଣ୍ଡାଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ । ଏସଡିଜେଏମ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବାବେଳେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡ ଅବଧି ମଧ୍ୟରେ ୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ କରିବା ସହ ଅଧିକ ପଚରାଉଚରା କରିବ ପୋଲିସ୍ ।

Get real time updates directly on you device, subscribe now.