fbpx

ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ବାହାରେ ଉତ୍ତେଜନା: ସିସିଟିଭି ଅଚଳ ନେଇ ଶତାଧିକ ଲୋକଙ୍କ ପାଟିତୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଦେଖାଦେଇଛି ଉତ୍ତେଜନା । ଷ୍ଟ୍ରଙ୍ଗରୁମରେ ଲାଗିଥିବା ସିସିଟିଭି ଜନିତ ତ୍ରୁଟିକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଦଳର କର୍ମୀ । ବାହାରେ ଲାଗିଥିବା ଏଲଇଡି ବାରମ୍ବାର ବନ୍ଦ ହୋଇଯିବା ସହ କିଛି ରୁମର ସିସିଟିଭି ସଠିକ ଭାବରେ କାମ କରୁନଥିବା ଅଭିଯୋଗ କର୍ମୀ । ପାଖାପାଖି ୪ମିନିଟରୁ ଉର୍ଦ୍ଧ ସମୟ ସିସିଟିଭି ବନ୍ଦ ହୋଇଯାଇଥିବା ଜଣାପଡିଛି । ଏନେଇ ଉପରିସ୍ଥ ଅଧିକାରୀ ବାରମ୍ବାର ଜଣାଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି । ସେପଟେ ଲୋକଙ୍କୁ ବୁଝାଇବାକୁ ଏଡିଏମ୍ ଏବଂ ପୋଲିସ୍ ଅଧିକାରୀ ଉଦ୍ୟମ କରିଛନ୍ତି ।

Get real time updates directly on you device, subscribe now.