fbpx

ଯନ୍ତ୍ରୀଙ୍କ ପାଖରୁ ଜବତ ହେଲା ୧୦ ଲକ୍ଷ: ଡିପୋଜିଟ୍ ପାଇଁ ବ୍ୟାଙ୍କ୍ ଆସିଥିବା ବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି: ଭିଜିଲାନସ୍ ଜାଲରେ ପଡିଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କୁ ଗିରଫ କରାଯାଇଛି  ।

୧୦ ଲକ୍ଷ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କୁ ଭିଜିଲାନ୍ସ ଡିଏସପି ତାଙ୍କ କାର୍ଯ୍ୟାଳୟକୁ ନେଇ ଅଧିକା ପଚରାଉଚରା କରୁଛନ୍ତି । ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ କରିଦବା କଥା କହି ଏହି ଅର୍ଥ ପିସି ଆକାରରେ ନେଇଥିଲେ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଉପରେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ  ।

Get real time updates directly on you device, subscribe now.