fbpx
BSKY
BJD SHG SKY
BJD YOUTH SKY

ପ୍ରେଗନାଣ୍ଟ କରି ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ: ହତ୍ୟା ଧମକ ପରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ[Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମତେ ଗର୍ଭବତୀ କରିବା ପରେ ମୋ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜନୈକ ମହିଳା । ଶ୍ୱେତା ମହାପାତ୍ର ନାମ୍ନୀ ମହିଳା ଜଣଙ୍କ ନିଜ ସ୍ୱାମୀ ବିରାଟ ମହାପାତ୍ରଙ୍କ ନାମରେ ଏମିତି ଅଭିଯୋଗ କରିଛନ୍ତି । ଗର୍ଭବତୀ ହେବା ପରେ ବିରାଟ ତାଙ୍କୁ ଧୋକା ଦେଇ ଫେରାର ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ୱେତା । ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ୨୦୧୬ରେ ବିବାହ ହୋଇଥିଲା । ତେବେ ବିବାହର ଏକ ବର୍ଷ ପରେ ବିରାଟ ଆଗରୁ ବିବାହିତ ବୋଲି ଜଣାପଡିଥିଲା ।

ଏହାପରେ ମଞ୍ଚେଶ୍ୱର ଏବଂ ପୁରୀରେ ବିରାଟଙ୍କ ନାମରେ ମାମଲା ରୁଜୁ କରିଥିଲେ ମହିଳା । ବିରାଟ ୨୦ ଦିନ ଜେଲରେ ରହି ଫେରିବା ପରେ ଆପୋଷ ସମାଧାନ ହୋଇଥିବା ବେଳେ ଉଭୟ ପୁଣି ଏକତ୍ର ରହିଥିଲେ । ତେବେ ଶ୍ୱେତା ଗର୍ଭବତୀ ଥିବା ନେଇ ଜାଣିବା ପରେ ବିବାଦ ବଢିଥିଲା । ଗର୍ଭପାତ କରିବା ପାଇଁ ବିରାଟ ଚାପ ପକାଇବା ସହିତ ହତ୍ୟା ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଶ୍ୱେତା । ପୁରୁଣା ମାମଲାର ଚାର୍ଜସିଟ୍ ବାହାର କରିବା ପରେ ବିରାଟ ହତ୍ୟା ଧମକ ଦେଇଥିଲେ । ଏହାପରେ ପୁଣି ବୁଝାଶୁଝା କରିଥିଲେ ବିରାଟ । ତେବେ ୨୨ ତାରିଖ ପରଠାରୁ ବିରାଟ ତାଙ୍କୁ ହତ୍ୟା ଧମକ ଦେଉଥିବାରୁ କମିଶନରଙ୍କୁ ଚିଠି ଲେଖିଥିଲେ ହେଁ କିଛି ଲାଭ ହୋଇନଥିଲା । ୪ ମାସର ଗର୍ଭବତୀ ଥିବାରୁ ରହିବା ବ୍ୟବସ୍ଥା କରିବା ପାଇଁ ମହିଳା ଜଣଙ୍କ ନିବେଦନ କରିଛନ୍ତି ।

Get real time updates directly on you device, subscribe now.