fbpx

୧୦୦ ଫୁଟ୍ ଗଛ ଉପରେ ଚଢ଼ିଗଲେ ମହିଳା, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ

କଟକ: ୧୦୦ ଫୁଟ୍ ଗଛ ଉପରକୁ ଚଢ଼ିଲେ ମହିଳା । ଓହ୍ଲାଇବାକୁ ପୋଲିସକୁ ହେବାକୁ ପଡ଼ିଲା ନାକେଦମ । ଏଭଳି ଘଟଣା ଦେଖବାକୁ ମିଳିଛି କଟକ ମଧୁପାଟଣା ଥାନା ରାଜେନ୍ଦ୍ର ନଗରର । ମହିଳା ଜଣକ ଏଠାରେ ଥିବା ଏକ ୧୦୦ ଫୁଟ ଗଛ ଉପରକୁ ଚଢ଼ିଯାଇଥିଲେ । ଆଉ ସେଠାରୁ ତାଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି ।

ମହିଳା ଜଣଙ୍କ ଗଛରେ ଚଢ଼ିଯିବାରୁ ସେଠାରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଶେଷରେ ଦୀର୍ଘ ସମୟ ଉଦ୍ୟମ କରିବା ପରେ ଉଦ୍ଧାର କରିଛନ୍ତି ଅଗ୍ନିଶମ, ଓଡ୍ରାଫ୍ ଟିମ୍ । ମହିଳାଙ୍କର ପରିଚୟ ମିଳିନାହିଁ କିମ୍ବା ଗଛ ଚଢ଼ିବାର କାରଣ ଜଣାପଡ଼ିନି ।

 

Get real time updates directly on you device, subscribe now.