fbpx

ବିଜେପି କଲେଜ ଷ୍ଟ୍ରଙ୍ଗ ରୁମ୍ ଭିତରକୁ ଯୁବକଙ୍କ ପ୍ରବେଶ ନେଇ ତାତିଲେ ଲୋକ: ଯୁବକଙ୍କୁ ମାଡ଼ ମାରି କଲେ ଲହୁଲୁହାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି କଲେଜ ଷ୍ଟ୍ରଙ୍ଗ ରୁମ୍ ବାହାରେ ଉତ୍ତେଜନା । ଷ୍ଟ୍ରଙ୍ଗ୍ ରୁମ୍ ଭିତରକୁ ଜଣେ ଯୁବକ ପଶିବାକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ପ୍ରବଳ ଉତ୍ତେଜନା । ଭୋଟ ଟାମ୍ପରିଂ ଅଭିଯୋଗ ନେଇ ତାତିଲେ ଲୋକ । ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକମାନେ ଷ୍ଟ୍ରଙ୍ଗ ରୁମ୍ ଭିତରକୁ ପଶିଥିବା ଯୁବକଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦେଇଛନ୍ତି । ଏହି ସମୟରେ ପୋଲିସ ଅଟକାଇବାକୁ ପ୍ରୟାସ କରିଥିଲେ ବି ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଆଉ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିଛି । ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି ।

ଉଲ୍ଲେଖଯୋଗ୍ୟ, ସନ୍ଧ୍ୟାରେ ବିଭିନ୍ନ ଦଳର କର୍ମୀମାନେ ଷ୍ଟ୍ରଙ୍ଗ ରୁମ୍ ବାହାରେ ଥିବା ଏଲସିଡି କାମ କରୁନଥିବା ଏବଂ କିଛି ସିସିଟିଭି କାମ କରୁନଥିବା ନେଇ ପାଟିତୁଣ୍ଡ । କରିଥିଲେ ଏପରିକି ଜଣେ ଯୁବକ ଷ୍ଟ୍ରଙ୍ଗ୍ ରୁମ ଭିତକରୁ ପଶିଥିବା ନେଇ ଅଭିଯୋଗ କରିଥିଲେ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ କରିଥିଲେ । ଏହା ପରେ ପରସ୍ଥିତି ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଥିଲା ।

ସେପଟେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଭୁବନେଶ୍ୱର ଡିସିପି । ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଷ୍ଟ୍ରଙ୍ଗରୁମ ସୁରକ୍ଷିତ ରହିଛି, କୌଣସି ବ୍ୟକ୍ତି ପ୍ରବେଶ କରିନାହାଁନ୍ତି, ଗୁଜବକୁ ଭିତ୍ତିକରି ରାଜନୈତିକ ଦଳ ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.