fbpx

ନୀଳରଙ୍ଗର ସୁଟକେଶ ଭିତରୁ ମିଳିଲା ପ୍ରେମିକାର ଶବ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ହୋଟେଲ ଭିତରକୁ ଗଲେ ପ୍ରେମୀ ଯୁଗଳ । କିନ୍ତୁ ବାହାରିଲେ କେବଳ ପ୍ରେମିକ । ସାଥିରେ ନଥିଲେ ପ୍ରେମିକା ହାତରେ ଥିଲା ଏକ ନୀଳରଙ୍ଗର ସୁଟକେସ । ଆଉ ଏ ସୁଟକେସରେ ଯାହା ଥିଲା ଆପଣ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ ।ତେବେ ପରିନ କାଲିଆର ଅଞ୍ଚଳର ଏହି ଘଟଣା ଏବେ ସେସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛିା ଏହି ଭିଡିଓରେ ଜଣେ ଯୁବକ ନିଜକୁ ଆୟନ ବୋଲି ପରିଚୟ ଦେଉଛନ୍ତି । ପାଖରେ ଥିବା ନୀଳ ରଙ୍ଗର ସୁଟକେଶ ଖୋଲିବାରୁ ସେଥିରେ ଏକ ନାଲି ରଙ୍ଗର ଡ୍ରେସ ପିନ୍ଧିଥିବା ଝିଅର ମୃତ ଦେହ ମିଳୁଛି ।

ଯାହାକୁ ଆୟନ ନିଜର ଗାର୍ଲ ଫ୍ରେଣ୍ଡ ବୋଲି ପରିଚୟ ଦେଉଛନ୍ତି । ଏହାକୁ ଦେଖି ପାଖରେ ଥିବା ଲୋକ ହତବାକ ହୋଇ ଯାଉଛନ୍ତି ।ଆଉ ଏହି ଭିଡିଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଆୟନ ଗତ୨୪ ତାରିଖରେ ଉତ୍ତରାଖଣ୍ଡ କାଲିୟରର ଅଞ୍ଚଳରେ ଏକ ହେରେଟଲରେ ନିଜ ପ୍ରେମିକାଙ୍କ ସହ ରହିବାକୁ ଯାଇଥିଲେ । କିନ୍ତୁ କିଛି ସମୟ ପରେ ସେ ହୋଟେଲରୁ ବାହାରକୁ ଯିବାର ଜଣେ କର୍ମଚାରୀ ଦେଖିବାକୁ ପାଇଲେ । ହାତରେ ଲଗେଜ ଦେଖି ତାଙ୍କୁ ସାହାଯ୍ୟ ପାଇଁ ଅଫର କଲେ କିନ୍ତୁ ସେ ତରବର ହୋଇ ପଳେଇ ଯିବାକୁ ଲାଗିଲେ । କର୍ମଚାରୀଙ୍କୁ ସନ୍ଦେହ ହେବାରୁ ସେ ପୋଲିସଙ୍କୁ ଜଣାଇଲେ । କାଲିୟର ପୋଲିସ ପହଞ୍ଚି ଆୟନହ୍କୁ ଧରିବା ସହ ସୁଟକେସ ଖୋଲି ଦେଖିବା ପରେ ସମସ୍ତ ତଥ୍ୟ ଜଣା ପଡିଲା । ଆୟନ ତାଙ୍କ ଗର୍ଲଫ୍ରେଣ୍ଡ ବିଶ ପି ଦେଇଥିବା କହିଥିବା ବେଳେ ସେ ନିଜ ମଧ୍ୟ ଗ୍ୟାଙ୍ଗ ନାହାର ରେ ବୁଡି ମରିବାକୁ ଯାଉଥିବା କଥା କହିଛନ୍ତି । ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.