fbpx
BSKY
BJD SHG SKY
BJD YOUTH SKY

ସରକାରଙ୍କ ହକି ପ୍ରୀତି ପାଇଁ ଆଥଲେଟିକ୍ସ ହନ୍ତସନ୍ତ: ଫେସବୁକ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ୍ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ କ୍ରୀଡାନୀତିକୁ ସମାଲୋଚନା କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଆଥଲେଟ ଦୂତୀ ଚାନ୍ଦ । ଆଥଲେଟିକ୍ସକୁ ରାଜ୍ୟ ସରକାର ସାବତ ପୁଅ ନଜରରେ ଦେଖୁଥିବା ନେଇ ଦୂତୀ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡାର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ କ୍ରୀଡାବିତ ମାନେ ହଜିଗଲେଣି ବୋଲି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଦୂତୀ ।

ଖେଳକୁ ନେଇ ବିଭିନ୍ନ ପ୍ରକାରର ରାଜନୀତି ଲାଗି ରହିଥିବା ବେଳେ ରାଜ୍ୟ ସରକାର କେବଳ ହକି ଇଣ୍ଡିଆକୁ ଧରିଛନ୍ତି । ବାକି ଖେଳ ବିଭାଗ ଗୁଡିକର ଅବସ୍ଥା ଖରାପ ଥିଲେ ହେଁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ ବୋଲି ଦୂତୀ ଲେଖିଥିଲେ । ଏ ହକି ବାଡି କେତେଦିନ ଧରି ଲାଷ୍ଟିଙ୍ଗ କରିବ କେଜାଣି ପୁରୁଣା ହେଲେ ଆପେ ଆପେ ଫାଟିଯିବ ବୋଲି ଲେଖିଥିଲେ ଦୂତୀ । ହକି ଇଣ୍ଡିଆ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଥଲେଟିକ୍ସ ପାଇଁ ପ୍ରୋତ୍ସାହନ ଶୂନ ବୋଲି ଲେଖିଥିଲେ । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଦୂତିଙ୍କୁ ସବୁ ପ୍ରକାର ଦିଆଯାଉଥିବା ନେଇ କିଛି କମେଣ୍ଟ ଆସିବା ପରେ ଦୂତି ନିଜର ପୋଷ୍ଟଟିକୁ ଡିଲିଟ କରି ଦେଇଥିଲେ । ତେବେ ସୋସିଆଲ ମିଡିଆରେ ଦୂତିଙ୍କ ପୋଷ୍ଟର ସ୍କ୍ରିନଶଟ୍ ବେଶ ଭାଇରାଲ ହୋଇଛି ।

Get real time updates directly on you device, subscribe now.