fbpx

ଆସୁଛି କି କରୋନାର ୪ର୍ଥ ଲହର! ୭ ରାଜ୍ୟରୁ ମିଳିଲା ନୂଆ ଭାରିଆଣ୍ଟ, ଜାଣନ୍ତୁ କ’ଣ ଏହାର ଲକ୍ଷଣ

ବିଶ୍ୱରେ କରୋନାର ତୃତୀୟ ଲହର କମି କମି ଆସୁଥିବାବେଳେ ଏବେ ପୁଣି ଏକ ନୂଆ ଭାରିଆଣ୍ଟ ବଢ଼ିବାରେ ଲାଗିଛି । ଧୀରେ ଧୀରେ କରୋନା କଟକଣା ହଟୁଥିବାବେଳେ ଏବେ ପୁଣିଥରେ ନୂଆ ଭାରିଆଣ୍ଟକୁ ନେଇ ଖବର ଆସୁଛି । ନିକଟରେ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ କରୋନାର ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଯାହା ଚତୁର୍ଥ ଲହରର କାରଣ ପାଲଟିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରିକମ୍ବିନେଣ୍ଟ ଭାରିଆଣ୍ଟ ବିଷୟରେ କହିଛି ଯେ ଓମିକ୍ରନ ଏବଂ ଡେଲ୍ଟା ଭାରିଆଣ୍ଟ ଦ୍ରୁତ ଭାବରେ ବ୍ୟାପିଥିବାରୁ ଏହି ପରିସ୍ଥିତି ଆସିବାର ଥିଲା ।

କୋଭିଡ ଭାଇରସର ଏହି ନୂଆ ଭାରିଆଣ୍ଟର ନାମ ଡେଲ୍ଟାକ୍ରନ ରହିଛି, ଯାହା ଓମିକ୍ରନ ଏବଂ ଡେଲ୍ଟା ଭାରିଆଣ୍ଟର ମିଶ୍ରଣ । ରିପୋର୍ଟ ଅନୁଯାୟୀ ଏହି ଭାରିଆଣ୍ଟ ଏବେ ଭାରତର ୭ ରାଜ୍ୟରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି । ଏହି ରାଜ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ତେଲଙ୍ଗାନା ଏବଂ ଦିଲ୍ଲୀ ସାମିଲ ରହିଛି । ଏମିତିରେ ଏହି ନୂଆ ଭାରିଆଣ୍ଟ ଡେଲ୍ଟାକ୍ରନ କେତେ ବିଦପପୂର୍ଣ୍ଣ ଏବଂ ଏହାର ଲକ୍ଷଣ କ’ଣ, ଏହି ବିଷୟରେ ଜାଣିବା ଦରକାର ।

ଡେଲ୍ଟାକ୍ରନ ଓମିକ୍ରନ ଏବଂ ଡେଲ୍ଟା ଭାରିଆଣ୍ଟର ମିଶ୍ରଣରେ ଜନ୍ମିତ । ଡେଲ୍ଟାକ୍ରନ ୨୦୨୨ ଫେବୃଆରୀ ମିଳିଥିଲା । ପ୍ୟାରିସରେ ଇନଶଷ୍ଟିଚ୍ୟୁଟ୍ ପାଷ୍ଟରର ବ୍ରେଜ୍ଞାନିକମାନେ କରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଦେଖାଯାଇଥିଲା, ଯାହା ଗତବର୍ଷ ଭାରିଆଣ୍ଟ ଠାରୁ ସଂପୂର୍ଣ୍ଣ ଅଲଗା । ଡେଲ୍ଟାକ୍ରନ ଉତ୍ତର ଫ୍ରାନ୍ସର ଜଣେ ବୟସ୍କ ବ୍ୟକ୍ତିଙ୍କ ଠାରେ ପ୍ରଥମେ ଦେଖାଯାଇଥିଲା । ସାମ୍ପୁଲ ଯାଞ୍ଚ କରିବା ପରେ ଭାରିଆଣ୍ଟ ଭିନ୍ନ ଜଣାପଡ଼ିଥିଲା । ଏହାର ଅଧିକ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଏହାର ଅଧିକାଂଶ ଜେନେଟିକ୍ସ ଡେଲ୍ଟା ଭାରିଆଣ୍ଟ ଭଳି କିନ୍ତୁ ଏହି ଭାରିଆଣ୍ଟର କିଛି ଅଂଶ ଓମିକ୍ରନ ଭଳି ମଧ୍ୟ ଦେଖାଦେଇଥିଲା । ଇନଷ୍ଟିଉଚ୍ୟୁଟ ପାଷ୍ଟରର ବ୍ରେଜ୍ଞାନିକ କହିଛନ୍ତି ଯେ ୟୁକେ ଏବଂ ଆମେରିକାରେ ଦେଖାଦେଇଥିବା ଡେଲ୍ଟାକ୍ରନ ଭାରିଆଣ୍ଟର ଫରକ ଦେଖିବାକୁ ମିଳିଛି । ଏଥିପାଇଁ ଏହାର ଅନେକ ରୂପ ରହିଛି ।

ଡେଲ୍ଟ୍ରାକ୍ରନର ମୁଖ୍ୟ ଲକ୍ଷଣ:

ନ୍ୟାସନାଲ ହେଲ୍ଥ ସର୍ଭିସ ଅନୁଯାୟୀ ଏହି ଡେଲ୍ଟାକ୍ରନର ଲକ୍ଷଣ ସେହିଭଳି ରହିଛି ଯେମିତିକି ପୂର୍ବ ମହାମାରୀରେ ହୋଇଥିଲା କିନ୍ତୁ ବୈଜ୍ଞାନିକମାନେ ଏବେବି ଏହା ଉପରେ ନଜର ରଖିଛନ୍ତି ଏବଂ ଏହାର ଅନ୍ୟ ଲକ୍ଷଣ ବିଷୟରେ ଖୋଜ୍ କରୁଛନ୍ତି ।

ଡେଲ୍ଟାକୁ କରୋନାର ସବୁଠାରୁ ଅଧିକ ଘାତକ ରୂପ ବୋଲି କୁହାଯାଉଛି ଆଉ ଡେଲ୍ଟାକ୍ରନ, ଡେଲ୍ଟା ଏବଂ ଓମିକ୍ରନର ମିଶ୍ରଣରେ ତିଆରି । ଯଦି କେହି ଏହି ଭାଇରସ ଦ୍ୱାରା ସଂକ୍ରମିତ ହୁଅନ୍ତି ତେବେ ସଂକ୍ରମିତ ବ୍ୟକ୍ତିଙ୍କୁ କିଛି ହାଲୁକା ଲକ୍ଷଣ ଏବଂ କିଛି ଗମ୍ଭୀର ଲକ୍ଷଣ ମଧ୍ୟ ଅନୁଭବ ହୋଇପାରେ ।

ମୁଣ୍ଡବିନ୍ଧା, ଭୀଷଣ ଜ୍ୱର, ଝାଳ ବାହାରିବା, ଥଣ୍ଡା ଲାଗିବା, ଗଳା ଫୁଲିବା, ଲଗାତାର ଭାବରେ କାଶ ହେବା, ହାଲିଆ ଲାଗିବା, ଦୁର୍ବଳ ଲାଗିବା, ଦେହପୀଡ଼ା ହେବା, ଓମିକ୍ରନ ବିଏ.୨ ଭାରିଆଣ୍ଟର ଲକ୍ଷଣ । ଓମିକ୍ରନ ବିଏ.୨ ର ଅନ୍ୟ ଲକ୍ଷଣ ଜ୍ୱର, କାଶ, ଗଳା ଫୁଲିବା, ମୁଣ୍ଡବିନ୍ଧା, ହାଲିଆ ଲାଗିବା ଭଳି ଲକ୍ଷଣ ଏବଂ ହାର୍ଟ ରେଟ ବଢ଼ିବା ପରି ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।

ଡେଲ୍ଟାକ୍ରନ ଉପରେ ଅନେକ ଗବେଷଣା ପରେ ଏହାର ୨ ପ୍ରମୁଖ ଲକ୍ଷଣ ମୁଣ୍ଡ ବୁଲାଇବା ବୋଲି ଜଣାପଡ଼ିଥିଲା, ଯାହାକି ସଂକ୍ରମିତ ହେବାର ୨-୩ ଦିନ ମଧ୍ୟରେ ଅନୁଭବ ହୋଇଥାଏ । କିଛି ରିପୋର୍ଟ ଅନୁଯାୟୀ ଡେଲ୍ଟାକ୍ରନର ପ୍ରଭାବ ନାକ ଅପେକ୍ଷା ପେଟ ଉପରେ ହେଉଛି । ଫଳରେ ରୋଗୀଙ୍କୁ ବାନ୍ତି ହେବା, ପେଟ କାଟିବା, ପେଟ ପୋଡ଼ିବା, ପେଟ ଫୁଲିବା, ଖାଦ୍ୟ ହଜମ ନହେବା ଭଳି ଲକ୍ଷଣ ଦେଖାଦେଇପାରେ ।

ଆଇଏଚୟୁ ମେଡିଟରେନୀ ଇନଫେକ୍ସନର ଏକ୍ସପର୍ଟ ଫିଲିପ କୋଲସନଙ୍କ ଅନୁଯାୟୀ ଏହି ଭାରିଆଣ୍ଟର ବର୍ତ୍ତମାନ କମ ମାମଲା ରହିଛି ଏଥିପାଇଁ ଏହ କହିବା ମୁସ୍କିଲ ଯେ ଡେଲ୍ଟାକ୍ରନ ଅଧିକ ସଂକ୍ରାମକ ହେବ କିମ୍ବା ଗମ୍ଭୀର ହେବ ।

Get real time updates directly on you device, subscribe now.