fbpx
BSKY
BJD SHG SKY
BJD YOUTH SKY

ଆପଣଙ୍କ ପାନ କାର୍ଡ ଅସଲି କି ନାହିଁ: ଜାଣିବା ପାଇଁ ଆପଣାନ୍ତୁ ଏହି ସରଳ ଟ୍ରିକ୍

ନୂଆଦିଲ୍ଲୀ: ପାନ୍ କାର୍ଡ ହେଉଛି ଆମର ଏକ ଜରୁରୀ ଡକ୍ୟୁମେଣ୍ଟ୍, ଯାହାର ବ୍ୟବହାର ଆର୍ଥିକ ନେଣଦେଣ ସମୟରେ କରିଥାଉ । ଅନେକ ଥର ପାନ୍ କାର୍ଡ ଅସଲି ନା ନକଲି ଜାଣିବା ପାଇଁ ଆମେ ଜାଣିବାକୁ ଚାହିଁଥାଉ, କୌଣସି କାରଣ ପାଇଁ ପତା ଲଗାଇ ପାରିନଥାଉ । ହେଲେ କଣ ଆପଣ ଜାଣନ୍ତି କି ଆପଣ ନିଜର ସ୍ମାର୍ଟଫୋନ୍ ଜରିଆରେ ପାନ୍ କାର୍ଡ ଅସଲି ନା ନକଲି ଘରେ ଜାଣିପାରିବେ । ବାସ୍ତବରେ ଆପଣଙ୍କ ପାନ୍ କାର୍ଡ ରେ ଯେଉଁ କ୍ୟୁଆର୍ କୋର୍ଡ ରହିଛି ତାହା ଅସଲି-ନକଲି ପରଖିବାରେ ସାହାଯ୍ୟ କରେ ।

ଏହି ପ୍ରକ୍ରିୟାରେ ଆପଣ ନିଜର ସ୍ମାର୍ଟଫୋନ୍ ଦ୍ୱାରା କରିପାରିବେ । ଧ୍ୟାନରେ ରଖିବେ ଆପଣଙ୍କ ସ୍ମାର୍ଟଫୋନ୍ ପାଖାପାଖି ୧୨ ମେଗାପିକ୍ସେଲ୍ ର ହୋଇଥିବା ଦରକାର । ଏହା ବ୍ୟତୀତ ଆପଣଙ୍କୁ ଆୟକର ବିଭାଗର ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ । ଏହାପରେ ଆପ୍ ଜରିଆରେ ପାନ୍ କାର୍ଡରେ ଥିବା କ୍ୟୁଆର୍ କୋଡ୍ କୁ ସ୍କାନ୍ କରି ପତା ଲଗାଇପାରିବେ ଯେ, କାର୍ଡ ଅସଲି ନା ନକଲି ।

ଏହି କ୍ରମରେ ଆପଣ “ପାନ୍ କ୍ୟୁଆର୍ କୋଡ୍ ରିଡର୍” ଆପ୍ କୁ ପ୍ଲେଷ୍ଟୋର୍ ରୁ ଡାଉନଲୋଡ୍ କରିବାକୁ ହେବ । ଏହି ଆପ୍ କୁ ଏନଏସଡିଏଲ୍ ଇ-ଗର୍ଣ୍ଣାନାନ୍ସ ଇନ୍ଫ୍ରାଷ୍ଟକଚର୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାକୁ ଡାଉନଲୋଡ୍ କରିବା ପରେ ଆପ୍ କୁ ଖୋଲି ସେଥିରେ ଥିବା କ୍ୟାମେରା ରିଡର୍ କୁ ପାନ୍ କାର୍ଡ ରେ ଥିବା କ୍ୟୁଆର୍ କୁ ସ୍କାନ୍ କରନ୍ତୁ । କ୍ୟାମେରା ଉକ୍ତ କ୍ୟୁଆର୍ କୋର୍ଡକୁ ଡିଟେକ୍ଟ କରିବ । ଯଦି ଏହା ଅସଲି ହୋଇଥିବ ତେବେ ଆପ୍ ରେ ସବୁ ତଥ୍ୟ ଦେଖାଇଦେବ ।

Get real time updates directly on you device, subscribe now.