fbpx

୮ ବର୍ଷରୁ ଅଧିକ ପୁରୁଣା କମର୍ସିଆଲ ଗାଡ଼ି ଉପରେ ଲାଗୁହେବ ନୁଆ ନିୟମ… ଏହି ଟେଷ୍ଟ ନକଲେ ହେବ ବଡ଼ ଜରିମାନା

ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ କମ୍ କରିବା ଦିଗରେ କେନ୍ଦ୍ର ସରକାର ୧ ଏପ୍ରିଲ ୨୦୨୩ ଠାରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁଯାୟୀ ୮ ବର୍ଷ ପୁରୁଣା କମର୍ସିଆଲ ଗାଡ଼ିଗୁଡ଼ିକୁ ପ୍ରତି ବର୍ଷ ଫିଟନେସ୍ ଟେଷ୍ଟ କରିବାକୁ ହେବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଡ୍ରାଫ୍ଟ ନୋଟିଫିକେଶନ ଅନୁଯାୟୀ ୮ ବର୍ଷରୁ କମ୍ ସମୟର ଟ୍ରକ କିମ୍ବା ବସ୍ ଆଦିକୁ ପ୍ରତି ୨ ବର୍ଷରେ ଥରେ ଫିଟନେସ ଟେଷ୍ଟ କରାଇବାକୁ ହେବ । ସେହିଭଳି ୮ ବର୍ଷ କିମ୍ବା ଏହାଠାରୁ ଅଧିକ ପୁରୁଣା କମର୍ସିଆଲ ଗାଡ଼ିକୁ ପ୍ରତି ବର୍ଷ ଫିଟନେସ୍ ଟେଷ୍ଟ କରାଇବାକୁ ପଡ଼ିବ ।

ସାଟିଫିକେଟ ରିନ୍ୟୁ ନକଲେ ଲାଗିବ ଜରିମାନା:

ରିପୋର୍ଟ ଅନୁଯାୟୀ ଯଦି ଫିଟନେସ୍ ସାର୍ଟିଫିକେଟ୍ ରିନ୍ୟୁ ନକରାଯାଏ ତେବେ ଏଥିପାଇଁ ଭାରି ଜରିମାନା ଲଗାଯିବ ଏବଂ ଏହିଭଳି ଗାଡ଼ିଗୁଡ଼ିକୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ । ଏଭଳି ବାହାନ ଅଧିକ ତେଲ ଖର୍ଚ୍ଚ କରିଥାନ୍ତି ଏବଂ ପରିବେଶ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ସେହିଭଳି ଦୁର୍ଘଟଣାର କାରଣ ମଧ୍ୟ ହୋଇଥାଏ ।  ଏହା ଉପରେ ଲଗାମ ଲଗାଇବା ଦ୍ୱାର ଯାତ୍ରୀଙ୍କ ସୁରକ୍ଷା ବଢ଼ିବ ଏବଂ ପରିବେଶରେ ସୁଧାର ଆସିବ ।

ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ନୂଆ ସ୍କ୍ରାପ୍ ପଲିସି ନେଇ ଘୋଷଣା କରିଥିଲେ । ଏହି ପଲିସି ଅନୁଯାୟୀ ୧୫ ବର୍ଷ ପୁରୁଣା କମର୍ସିଆଲ ବାହାନ ଏବଂ ୨୦ ବର୍ଷ ପୁରୁଣା ପ୍ରାଇଭେଟ ଗାଡ଼ିକୁ ସ୍କ୍ରାପ୍ କରିବାକୁ ପଲିସି ଅଣାଯାଇଥିଲା । ଏହି ନୂଆ ନିୟମ ଏହାର ହିଁ ଏକ ନୂଆ ପଦକ୍ଷେପ ।

 

Get real time updates directly on you device, subscribe now.