fbpx
BSKY
BJD SHG SKY
BJD YOUTH SKY

ଏହି ତାରିଖରେ ଯୁଦ୍ଧ ବନ୍ଦ କରିବେ ପୁଟିନ! ସୈନିକଙ୍କୁ ପଠାଇଲେ ସିକ୍ରେଟ ମେସେଜ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏମିତିରେ ୟୁକ୍ରେନକୁ ଯୁଦ୍ଧରେ ଅନେକ କ୍ଷତି ସହିବାକୁ ପଡ଼ିଛି । ଋଷର ସୈନିକଙ୍କର ମଧ୍ୟ ଅନେକ କ୍ଷତି ହୋଇଛି । ଏହାରି ମଧ୍ୟରେ ଋଷ ସେନା ଅନେକ ଥର ୟୁକ୍ରେନ ରାଜଧାନୀ କିଭକୁ କବ୍ଚା କରିବାକୁ ଚେଷ୍ଟା କରିଛି । କିନ୍ତୁ ୟୁକ୍ରେନ ସୈନିକମାନେ କଡ଼ା ଜବାବ ଦେବା ସହ ଋଷକୁ ଆଗକୁ ବଢ଼ିବାରୁ ରୋକିଛନ୍ତି । ଏହାରି ମଧ୍ୟରେ ଋଷ ନିଜ ସୈନିକଙ୍କୁ କହିଛି ଯେ ୟୁକ୍ରେନ ଉପରେ ବିଜୟ ପାଇଁ  ମେ ୯ ଧାର୍ଯ୍ୟ କରାଯାଇଛି ।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ସଶସ୍ତ୍ର ବଳର ଜେନେରାଲ ଷ୍ଟାଫ୍ ର ଜଣେ ସଦସ୍ୟ ଏହା ଦାବି କରିଛନ୍ତି ଯେ ଋଷ ସଂଘର ସଶସ୍ତ୍ର ବଳର ସୈନିକଙ୍କ ମଧ୍ୟରେ ଏହା ଚର୍ଚ୍ଚା ହେଉଛି ଯେ ଯୁଦ୍ଧ ମେ’ ୯ ସୁଦ୍ଧା ଶେଷ ହେବ । ଯୁଦ୍ଧରେ ଋଷର ଅନେକ କ୍ଷତି ହେବା ପରେବି ଋଷ ସଂଘର ସୈନ୍ୟ ଏବଂ ରାଜନୀତିକ ଅଧିକାରୀ ଏବେବି ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ନେଇ କହିଛନ୍ତି ।

ଋଷ ଏବଂ ୟୁକ୍ରେନ ସୀମା ନିକଟରେ ଥିବା ଅଧିକାଂଶ ମେଡିକାଲ ଶିବିରରେ ଋଷ ସେନାର ଆହତ ସୈନିକମାନେ ରହିଛନ୍ତି । ତଥାପି, ଋଷ ସୈନ୍ୟମାନେ ସେମାନଙ୍କର ବାୟୁସେନାର ସୈନ୍ୟମାନଙ୍କର ଯୁଦ୍ଧ କ୍ଷମତା ପୁନଃସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି  ।

ସୂଚନାଯୋଗ୍ୟ, ଯେ ଋଷ ସୈନ୍ୟମାନଙ୍କ ପାଇଁ ମେ ୯ ତାରିଖ ଐତିହାସିକ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ଏହି ଦିନକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ଅବସରରେ ଛୁଟିଦିନ ଭାବେ ପାଳନ କରାଯାଏ । ଏହି ଦିନ ମସ୍କୋରେ ଏକ ବିଶାଳ ସାମରିକ ପରେଡ ଆୟୋଜିତ ହୋଇଥାଏ ।

Get real time updates directly on you device, subscribe now.