fbpx

ବୃଦ୍ଧି ପାଇଲା ୟୁକ୍ରେନ୍ ଆକ୍ରମଣ, ବେଲଗୋରୋଡ଼ରେ ଶିକ୍ଷାନୁଷ୍ଠାନ ଓ ମଲ୍ ବନ୍ଦ

ମସକୋ: ରୁଷ ସ୍ଥିତ ବେଲଗୋରୋଡ଼(Belgorod)ରେ ୟୁକ୍ରେନ୍ ଆକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୁଷରେ ସୋମବାର ଏବଂ ମଙ୍ଗଳବାର ସମସ୍ତ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ ରହିବ ବୋଲି ଅଞ୍ଚଳର ରାଜ୍ୟପାଳ ଘୋଷଣା କରିଛନ୍ତି । ୟୁକ୍ରେନ୍ ସୀମାରେ ବେଲଗୋରୋଡ଼ ଥିବାରୁ ଏହା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଯୁଦ୍ଧ ବିଷୟରେ ଲଗାତର ଅପଡେଟ୍ ଦିଆଯାଉଛି ।

ବେଲଗୋରୋଡ଼ର ରାଜ୍ୟପାଳ Vyacheslav Gladkov ଟେଲିଗ୍ରାମ୍ ମାଧ୍ୟମରେ ଦର୍ଶାଇଛନ୍ତି ଯେ ୟୁକ୍ରେନର କ୍ରମାଗତ ଏୟାର ଷ୍ଟ୍ରାଇକ୍ ରୁଷର ସୀମାନ୍ତରେ ଥିବା ଜିଲ୍ଲାଗୁଡ଼ିକୁୁ ପ୍ରଭାବିତ କରୁଛି । ରୁଷ ସୀମାନ୍ତ ଜିଲ୍ଲାରେ ଏଭଳି ପରିସ୍ଥିତି ଅତ୍ୟନ୍ତ କଷ୍ଟକର । ସମସ୍ତଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ରବିବାର ଏବଂ ସୋମବାର ଶପିଂ ମଲ୍ ଗୁଡ଼ିକ ବନ୍ଦ ରହିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସୋମବାର ଏବଂ ମଙ୍ଗଳବାର ବନ୍ଦ ରହିବ । ଏହି ଯୁଦ୍ଧ ପାଇଁ ଏହି ଅଂଚଳର ସମସ୍ତ ଶିକ୍ଷକ, ନେନି(nannies) ଏବଂ ଟେକ୍ନିକାଲ ଷ୍ଟାଫମାନେ ଚିନ୍ତିତ ଥିଲେ ।

Get real time updates directly on you device, subscribe now.