fbpx

CAAକୁ ନେଇ ଆମେରିକା ଏବଂ ୟୁରୋପକୁ ଆଇନା ଦେଖାଇଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଇତିହାସ ବିଷୟରେ କହିଲେ ଏହି କଥା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (CAA) ସମ୍ବନ୍ଧରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ବିବୃତ୍ତି ଉପରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ଷିଛନ୍ତି। ସେ କହିଛନ୍ତି ଯେ ଏହି ଦେଶଗୁଡିକ ନିୟମକୁ ଦେଖିବା ଉଚିତ୍। ଇଣ୍ଡିଆ ଟୁଡେ କନକ୍ଲେଭର ଦୁଇ ଦିନିଆ କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କୁ ଆଇନା ଦେଖାଇଛନ୍ତି। ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାରସେଟ୍ଟି CAA ଉପରେ ଦେଇଥିବା ମନ୍ତବ୍ୟ ଉପରେ ସେ କହିଛନ୍ତି ଯେ ଏଭଳି ବିଲ୍ ଆଣିବାରେ ଭାରତ ପ୍ରଥମ ଦେଶ ନୁହେଁ। ଦୁନିଆରେ ଏଭଳି ନିୟମର ଅନେକ ଉଦାହରଣ ରହିଛି।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ମୁଁ ସେମାନଙ୍କ(ଆମେରିକା) ଗଣତନ୍ତ୍ରରେ ଥିବା ଦୋଷତ୍ରୁଟି ଉପରେ ପ୍ରଶ୍ନ କରୁନାହିଁ । ମୁଁ ତାଙ୍କର ଏହି ବୁଝିବାରେ ପ୍ରଶ୍ନ ଉଠାଉଛି ଯେ, ଯାହା ଆମ ଇତିହାସ ସହ ଜଡିତ । ଯଦି ଆପଣଙ୍କ ପାଖେ ସୂଚନା ନାହିଁ ତେବେ ଆପଣ କହିବେ ଭାରତର ବିଭାଜନ କେବେ ହୋଇନାହିଁ । ସେହି ସମସ୍ୟା ହୋଇ ନାହିଁ, ଯାହାକୁ ସିଏଏ ଆଡ୍ରେସ କରାଯାଇଛି । ଯଦି ଆପଣ କୌଣସି ଅସୁବିଧାକୁ ନେଉଛନ୍ତି ଏବଂ ସେଥିରୁ ଐତିହାସିକ ପ୍ରସଙ୍ଗ ହଟାଇ ଆଲୋଚନା କରୁଛନ୍ତି, ତେବେ ଏହା ସମ୍ଭବ ନୁହେଁ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଗକୁ କହିଛନ୍ତି ଯେ, ଯଦି ଆପଣ ଆମକୁ ଏକ ପ୍ରଶ୍ନ ପଚାରୁଛନ୍ତି, ତେବେ ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡିକ କଣ ବିଭିନ୍ନ ମାନଦଣ୍ଡ ଉପରେ ଏପରି ନିଷ୍ପତ୍ତି ନେଇ ନାହାନ୍ତି? ମୁଁ ତାର ଅନେକ ଉଦାହରଣ ଦେଇପାରିବି । ଯଦି ଆପଣ ୟୁରୋପକୁ ଦେଖିବେ ତେବେ ଅନେକ ୟୁରୋପୀୟ ଦେଶ ସେହି ଲୋକମାନଙ୍କୁ ନାଗରିକତା ଦେବା ଲାଗି ପାଷ୍ଟ ଟ୍ରାକ ଗ୍ରହଣ କରନ୍ତି ଯାହା ବିଶ୍ୱ ଯୁଦ୍ଧରେ ଅନେକ ପଛରେ ରହିଯାଇଥିଲେ । କିଛି କ୍ଷେତ୍ରରେ ବିଶ୍ୱଯୁଦ୍ଧ ପୂର୍ବରୁ ମଧ୍ୟ ଏହା ଉଦାହରଣ ରହିଛି । ଦୁନିଆରେ ଏଭଳି ନିୟମର ଅନେକ ଉଦାହରଣ ରହିଛି ।

 

Get real time updates directly on you device, subscribe now.