fbpx
BSKY
BJD SHG SKY
BJD MC SKY

ଏଣିକି ପଛ ସିଟରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ବାଜିବ ଆଲାର୍ମ, ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଓଡ଼ିଶା ଭାସ୍କର: ଗାଡ଼ି ଚାଳକଙ୍କ ସମେତ ସହଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅଟୋ ନିର୍ମାତା କମ୍ପାନୀମାନଙ୍କ ପାଇଁ ଶୁକ୍ରବାର ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ୨୦୨୫ ଏପ୍ରିଲ ୧ରୁ ବିକ୍ରି ହେବାକୁ ଥିବା କାରରେ ପଛ ସିଟ୍ ପାଇଁ ଆଲାର୍ମ ଶବ୍ଦକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମର ଉଲ୍ଲଂଘନ କଲେ କେନ୍ଦ୍ରୀୟ ମୋଟେର ଯାନ ନିୟମ (CMVR)ର ନିୟମ ୧୩୮(୩) ଅନୁଯାୟୀ ଏହି ନିୟମର ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ସରକାରୀ ଅଧିକାରୀଙ୍କ କହିବାନୁଯାୟୀ ଏହି ବିଜ୍ଞପ୍ତି କେବଳ କାରର ପଛ ସିଟରେ ବସୁଥିବା ଯାତ୍ରୀମାନଙ୍କ ସିଟ୍ ବେଲ୍ଟ ଆଲାର୍ମ ପାଇଁ ଅଟେ । ଏହା ବ୍ୟତୀତ ଅନ୍ୟ କୌଣସି ନୂତନ ପ୍ରାବଧାନ କରାଯାଇନାହିଁ । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିଟ୍ ବେଲ୍ଟ ହେଉଛି ଏକ ସୁରକ୍ଷ କବଚ ପରି । ତେଣୁ ପ୍ରତ୍ୟେକ କାରରେ ଏହି ସୁରକ୍ଷା ଆଲର୍ଟ ରହିବା ବାଧ୍ୟତାମୂଳକ ଅଟେ । ପଛ ସିଟରେ ବସୁଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ନ ପିନ୍ଧିବା ପର୍ଯ୍ୟନ୍ତ ଏକ ‘ବିପ୍’ ଶବ୍ଦ ହେବ । ସିଟ୍ ବେଲ୍ଟ ପିନ୍ଧିଲା ପରେ ଏହି ବିପ୍ ଶବ୍ଦ ବନ୍ଦ ହୋଇଯିବ । ବର୍ତ୍ତମାନ କେବଳ ଗାଡ଼ି ଚାଳକ ଏବଂ ଆଗ ସିଟ୍ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ନିୟମ ବାଧ୍ୟତାମୂଳକ ଅଟେ । ପଛ ସିଟରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ନ ପିନ୍ଧିଲେ CMVRର ନିୟମ ୧୩୮(୩) ଅନୁଯାୟୀ ୧ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିଥାଏ । ଅଧିକାଂଶ ଲୋକମାନେ ଏହି ନିୟମ ବିଷୟରେ ଅନବିଜ୍ଞ କିମ୍ବା ଏହାକୁ ଅଣଦେଖା କରିଥାନ୍ତି । ସୂତ୍ରରୁ ପ୍ରକାଶ ଯେ ‘ଟାଟା ସନ୍ସ’ର ପୂର୍ବତନ ଚେୟାରେମ୍ୟାନ୍ Cyrus Mistry ଦୁଃଖଦ କାର ଦୁର୍ଘଟଣା ପରେ ଯାତ୍ରୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

 

Get real time updates directly on you device, subscribe now.