fbpx

ଆମେରିକା ପାଇଁ Spy Satelliteର ନେଟୱାର୍କ ନିର୍ମାଣ କରୁଛି ଏଲନ ମସ୍କଙ୍କ ଏହି କମ୍ପାନୀ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଆମେରିକାର ଗୁପ୍ତଚର ଏଜେନ୍ସି ପାଇଁ ଶହ ଶହ ଗୁପ୍ତଚର ସାଟେଲାଇଟର ଏକ ନେଟୱାର୍କ ନିର୍ମାଣ କରୁଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଆମେରିକାର ଗୁପ୍ତଚର ଏଜେନ୍ସି ସହିତ ଏକ ବଣ୍ଡ କରିଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ National Reconnaissance Office (NRO) ସହିତ ସ୍ପେସ୍ ଏକ୍ସର ଷ୍ଟାରଶିଲ୍ଡ ବିଜନେସ ୟୁନିଟ୍ ଦ୍ୱାରା ୧.୮ ବିଲିୟନ ଡଲାରର ଏକ ବଣ୍ଡ ହୋଇଥିଲା, ଯାହା ଅଧୀନରେ ଏହି ନେଟୱାର୍କ ନିର୍ମାଣ କରାଯାଉଛି।

National Reconnaissance Office ଏକ ଗୁପ୍ତଚର ଏଜେନ୍ସି ଅଟେ। ଯାହା ଗୁପ୍ତଚର ସାଟେଲାଇଟ ପରିଚାଳନା କରେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକାର ଗୁପ୍ତଚର ଏଜେନ୍ସି ସହିତ ସ୍ପେସ୍ଏକ୍ସର ଏହି ବଣ୍ଡ ଏକ ନୂତନ ଶକ୍ତିଶାଳୀ ଗୁପ୍ତଚର ପ୍ରଣାଳୀ ପାଇଁ ଅଟେ, ଯେଉଁଥିରେ earth-imaging କ୍ଷମତା ବିଶିଷ୍ଟ ଶହ ଶହ ସାଟେଲାଇଟ ଅଟେ, ଯାହା ଏକ law orbitରେ ଏକ cluster ପରି କାମ କରିପାରିବ। ଯଦି ଏହି ନୂତନ ଗୁପ୍ତଚର ବ୍ୟବସ୍ଥା ସଫଳ ହୁଏ, ତେବେ ଏହା ଆମେରିକା ସରକାର ଏବଂ ସୈନ୍ୟବାହିନୀକୁ ବିଶ୍ୱର ଯେକୌଣସି ଲକ୍ଷ୍ୟକୁ ସହଜରେ ଚିହ୍ନଟ କରିବାରରେ ସାହାଯ୍ୟ କରିବ।

ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଲଗାତାର ଅଗ୍ରଗତି ଲାଭ କରୁଛି । ଗୁରୁବାର ଦିନ ଟେକ୍ସାସ ସ୍ଥିତ କମ୍ପାନୀର ଷ୍ଟାରବେସ ବିକା ଚିକା ଉଡାଣ ଭରିବା ପରେ ରକେଟ ଷ୍ଟାରଶିପର ତୃତୀୟ ଟେଷ୍ଟିଙ୍ଗ ସଫଳ ହୋଇଛି । ପରୀକ୍ଷଣର ସଫଳତାକୁ ନେଇ ଏଲନ ମସ୍କ ପୋଷ୍ଟ କରି ଲେଖିଛନ୍ତି ଯେ, ଷ୍ଟାରଶିପ ମାନବତାକୁ ମଙ୍ଗଳ ଗ୍ରହକୁ ନେଇକି ଯିବ ।

ସ୍ପେସଏକ୍ସର ରକେଟ ଷ୍ଟାରଶିପ ଦୁନିଆର ସବୁଠାରୁ ଶକ୍ତିଶାଲୀ ରକେଟ ଅଟେ । ଏହାର ଲମ୍ବ ୩୯୭ ଫୁଟ ଅଟେ ଏବଂ ଏଥିରେ ସୁପର ହେବି ବୁଷ୍ଟର ଲାଗିଛି । ଏହା ହେଭି ଷ୍ପୁଷ୍ଟର ୧୬.୭ ମିଲିୟନ ପାଉଣ୍‌ଡର ଥ୍ରଷ୍ଟ ଉତ୍ପନ୍ନ କରିତାଏ । ଷ୍ଟାରଶିପ ରକେଟ ରିୟୁଜେବଲ ଅଟେ ଏବଂ ଏହା ମହାକାଶରେ ୧୫୦ ମାଟ୍ରିକ ଟନ ଭାର ନେବାରେ ସକ୍ଷମ ଅଟେ ।

Get real time updates directly on you device, subscribe now.