fbpx

ବୟସ୍କମାନେ ବି Peer Pressureର ଶିକାର ହୋଇଥାନ୍ତି, ଜାଣନ୍ତୁ କିପରି କରିବେ ଡିଲ୍‌

ଓଡ଼ିଶା ଭାସ୍କର: Peer Pressure ବା ସାଥିମାନଙ୍କ ଚାପ । ଏହି ସମସ୍ୟା କେବଳ କିଶେରାବସ୍ଥା(teenager) ପର୍ଯ୍ୟନ୍ତ ସୀମିତ ନଥାଏ । ବରଂ ଏହା ବୟସ୍କ ବ୍ୟକ୍ତିଙ୍କ ଉପରେ ବି ପ୍ରଭାବ ପକାଇଥାଏ । ଅନେକ ସମୟରେ ବୟସ୍କ ବ୍ୟକ୍ତିମାନେ ଏପରି ପରିସ୍ଥିତିରେ ଫସିଥାନ୍ତି ଯେ ଅନ୍ୟମାନଙ୍କ ଦ୍ୱାରା ଉପେକ୍ଷିତ ହୋଇଥାନ୍ତି ଏବଂ ସେମାନଙ୍କ ଆଶା ଅନୁରୂପ ବଦଳିବା ପାଇଁ ଚାପଗ୍ରସ୍ତ ଥାନ୍ତି । ଯଦି କେହି Adult Peer Pressure ଅନୁଭବ କରୁଥାନ୍ତି ତେବେ ଏହାର ମୁକାବିଲା କରିବା ପାଇଁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Adult Peer Pressure କ’ଣ  ?

ବୟସ ବୃଦ୍ଧି ହେଲେ ବ୍ୟକ୍ତି ଜଣଙ୍କ ନିଜ ପରିବାର, ସାଙ୍ଗସାଥି ଏବଂ ସହକର୍ମୀଙ୍କ ସହ ଏକ ଗୋଷ୍ଠୀ ଭାବେ ଜଡ଼ିତ ହୋଇଥାଏ । ପ୍ରତି ଲୋକ ଏବଂ ସେମାନଙ୍କ ଚିନ୍ତାଧାରା ଭିନ୍ନ ତେଣୁ କୌଣସି ନା କୌଣସି ପ୍ରକାରରେ ସେମାନଙ୍କ ପ୍ରଭାବ ଗୋଟିଏ ବ୍ୟକ୍ତି ଉପରେ ଦେଖିବାକୁ ମିଳିଥାଏ । ସେହି ବ୍ୟକ୍ତିଜଣଙ୍କ ଉପରେ ଅନ୍ୟମାନେ ସେମାନଙ୍କ ନିଷ୍ପତ୍ତିର ଚାପ ପକାଇଥାନ୍ତି । ଏହା ସେହି ବ୍ୟକ୍ତିର ମାନସିକ ଏବଂ ଇମୋସନାଲ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଏହି Adult Peer Pressure ଠାରୁ ଦୂରେଇ ରହିପାରିବେ

– ସାଙ୍ଗସାଥି ଏବଂ ପରିବାରର ସମର୍ଥନ: ଜର୍ନଲ ଅଫ୍ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍ ହ୍ୟୁମାନ୍ ବିହେଭିଅର ଅନୁଯାୟୀ ସାଙ୍ଗସାଥି ଏବଂ ଚିହ୍ନା ସମ୍ପର୍କୀୟଙ୍କ ସହ ହେଲ୍ପିଂ ନେଟୱାର୍କ କରିବା ଦ୍ୱାରା ନକାରାତ୍ମକ ଲୋକଙ୍କ ବିରୋଧ କରିବା ସହଜ ହୋଇଥାଏ । ତେଣୁAdult Peer Pressureରୁ ବର୍ତ୍ତିବା ପାଇଁ ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କୁ ହେଲ୍ପିଂ ନେଟୱାର୍କ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରୁନ୍ତୁ ।

– ସମାନ ବିଚାରଧାରା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ: ସମାନ ବିଚାରଧାରା(like minded) ବ୍ୟକ୍ତିମାନଙ୍କ ସମ୍ପର୍କରେ ରହିଲେ ବ୍ୟକ୍ତିଗତ ବିକାଶ ହୋଇଥାଏ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହ ନେଟୱାର୍କ ସ୍ଥାପନ କଲେ ଆମ values and beliefs ଦୃଢ଼ ହୋଇଥାଏ । ଏହା ଆମକୁ ପ୍ରେରଣା ଦେବା ସହ ଉତ୍ତମ ବୁଝାମଣା କରିବାର ଜ୍ଞାନ ପ୍ରଦାନ କରିଥାଏ । ଏହା ଆତ୍ମ ଅଭିବ୍ୟକ୍ତି ଏବଂ ସ୍ୱିକୃତିର ଭାବନା ଉତ୍ପନ୍ନ କରିଥାଏ ।

– ନିଜ ମୂଲ୍ୟବୋଧ ସହ ସାଲିସ କରନ୍ତୁ ନାହିଁ: ଯେତେବେଳେ ଆମେ ନିଜ ମୂଲ୍ୟ ଏବଂ ଯୋଗ୍ୟତା ଉପରେ ବିଶ୍ୱାସ କରିଥାଉ ସେତେବେଳେ Adult Peer Pressureର ଶିକାର ହେବା ସମ୍ଭାବନା ହ୍ରାସ ପାଇଥାଏ । ଆମେ ନିଜ ଆବଶ୍ୟକତା ଏବଂ ଖୁସିକୁ ଅଧିକ ଗୁରୁତ୍ୱ ଦେଇଥାଉ । ଜୀବନରେ ସମସ୍ତ ପ୍ରକାର ନକାରାତ୍ମକ ପ୍ରଭାବ ଠାରୁ ଦୂରେଇ ରହିବା ପାଇଁ ରଣନୀତିର ବିକାଶ କରିବା ଉଚିତ ।

– କଥା କହିବା ଶିଖନ୍ତୁ: ବେଳେ ବେଳେ Adult Peer Pressure ପ୍ରଭାବରେ ଆମେ ଭୁଲ ଓ ଠିକ୍ ମଧ୍ୟରେ ଫରକ କରିବା ଭୁଲି ଯାଇଥାଉ । ଯଦି ଆପଣ ଚାପମୁକ୍ତ ରହିବାକୁ ଚାହୁଁଛନ୍ତି ତେବେ ନିଜ କଥା/ମତ ଉପସ୍ଥାପନ କରିବା ଶିଖନ୍ତୁ । ନିଜେ ସେତିକି ସାହସୀ ନହେଲେ ଆପଣ କୌଣସି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରିବେ ।

Get real time updates directly on you device, subscribe now.