fbpx
BSKY SKY
BSKY SKY

୧୨୫ ବୟସରେ ବିଶାଳ କଇଁଛର ମୃତ୍ୟୁ: ପୋଷ୍ଟମର୍ଟମରୁ ଆସିବା ଏମିତି ରିପୋର୍ଟ

BSKY

ନୂଆଦିଲ୍ଲୀ: ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ଏକ ବିଶାଳ କଇଁଛର ମୃତ୍ୟୁ ହୋଇଛି। ପ୍ରାୟ ୧୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଛି ଏହି ଗେଲାପାଗୋସ କଇଁଛ। ଏନେଇ ଚିଡ଼ିଆଖାନା ତରଫରୁ ସୂଚନା ଦିଆଯାଇଛି। ତେବେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଇଁଛର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ମୃତ୍ୟୁର ୧୦ ଦିନ ପୁର୍ବରୁ ସେ ଖାଦ୍ୟ ଖାଉନଥିବା ବେଳେ ଚିଡ଼ିଆଖାନାର ପଶୁ ଚିକିତ୍ସା ଟିମ୍ ଦ୍ଵାରା ଏହାର ଚିକିତ୍ସା ଜାରି ରହିଥିଲା।

ସୂଚନା ଅନୁସାରେ, ଚିଡ଼ିଆଖାନାରେ ଏହି କଇଁଛ ସବୁଠାରୁ ପୁରୁଣା ବୋଲି କୁହାଯାଏ। ଅନ୍ୟ ଏକ ୯୫ ବର୍ଷିୟ କଇଁଛ ସହ ଚିଡ଼ିଆଖାନାର ଉଦଘାଟନ ସମୟରୁ ଏହା ମୁଖ୍ୟ ଆକର୍ଷଣ ପାଲଟିଥିଲା। ୧୯୬୩ ମସିହାରେ ପବ୍ଲିକ ଗାର୍ଡେନ(ବାଗ୍-ଏ-ଆମ୍) ରୁ ଏହାକୁ ନେହେରୁ ଜୁଲୋଜିକାଲ ପାର୍କକୁ ସ୍ଥାନାନ୍ତରିତ କରାଯାଇଥିଲା।

Get real time updates directly on you device, subscribe now.