fbpx

(Video) ଟାୟାର ପରିବର୍ତ୍ତେ ଧାରୁଆ ବ୍ଲେଡର ଚକା ଲଗାଇ ବାଇକ ଚଲାଇଲା ଏହି ବ୍ୟକ୍ତି, ମଝିରେ ଯାହା ଆସିଲା କଟିଗଲା

ନୂଆଦିଲ୍ଲୀ: ବଜାରରେ ଭଳିକି ଭଳି ଗାଡି ଉପଲବ୍ଧ ହେବାରେ ଲାଗିଛି । ୫୦୦୦୦ ରୁ ନେଇ କୋଟି କୋଟି ଟଙ୍କାର ଗାଡି ପ୍ରତିଦିନ ରାସ୍ତାରେ ଯିବା ଦେଖିବାକୁ ମିଳୁଛି । ତେବେ ଗାଡି ବଡ ହେଉ କି ଛୋଟ ଟାୟାର ଚକା ନିଶ୍ଚିତ ରହିବା ଆବଶ୍ୟକ । ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ କଥାକୁ ଭୁଲ ପ୍ରମାଣିତ କରିଛି । ଭାଇରାଲ ହେଉଥିବା ଭିଡିଓରେ ଏକ ବାଇକ ରାଇଡର ନିଜ ବାଇକରେ ଧାରୁଆ ବ୍ଲେଡ ଯୁକ୍ତ ଚକା ଲଗାଇ ବାଇକ ଚଲାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ, କିପରି ଏକ ବାଇକ ରାଇଡର ନିଜ ବାଇକରେ ଧାରୁଆ ଏବଂ ମୁନିଆ ବ୍ଲେଡ ଚକା ଲଗାଇଛି । ଏହି ରାଇଡର ବାଇକକୁ ଯେଉଁଆଡୁ ।।ଣୁଛି ସେହିଠାରୁ ଚିରିକି ଆସୁଛି । ଭିଡିଓରେ ଦେଖାଯାଉଛି ଯେ, ବାଇକଟି ବରଫକୁ କାଟିବା ଦେଖାଯାଉଛିଇ । ଏହା ବ୍ୟତୀତ ବାଇକଟି ଏହି ଭିଡିଓରେ ଏକ ମୋଟା କାଠକୁ ଚିରିବା ଦେଖାଯାଉଛି । ତେବେ ଏହି ଭିଡିଓଲୁ ସୋସିଆଲ ମିଡିଆରେ ସେୟାର କରାଯାଉଛି ।

ଭିଡିଓକୁ @Rainmaker1973 ନାମକ ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧୭ ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି । ସେହିଭଳି ୮୩ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହା ଏକ ଚତୁର କାମ କିନ୍ତୁ ଏଥିରେ ମୁର୍ଖତା ମଧ୍ୟ ରହିଛି । ଏହି ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.