fbpx

ନିର୍ବାଚନ କମିଶନର ପଦବୀରେ ନିଯୁକ୍ତି ପାଇଁ ୨ ଜଣଙ୍କ ନାମକୁ ମଞ୍ଜୁରି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ କମିଶନର ପଦବୀରେ ନିଯୁକ୍ତି ପାଇଁ ଦୁଇଟି ନାମକୁ ଅନୁମୋଦନ କରିଛନ୍ତି। ଏବେ ଏହି ନାମଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି ଏବଂ ସେ ଏହି ଦୁଇ ନାମ ଉପରେ ଚୂଡ଼ାନ୍ତ ମୋହର ଲଗାଇବେ। ଖାଲି ପଡ଼ିଥିବା ଦୁଇଟି ନିର୍ବାଚନ କମିଶନର ପଦବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଚୟନ କମିଟି ବୈଠକ କରିଥିଲା। ବୈଠକରେ କଂଗ୍ରେସ ନେତା ତଥା ଲୋକସଭା ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ। ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କ ନାମ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଚୟନ କମିଟିକୁ ୬ ଜଣଙ୍କ ନାମ ପଠାଯାଇଥିଲା। ଚୟନ କମିଟି ବଲବିନ୍ଦର ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କ ନାମକୁ ଅନୁମୋଦନ କରିଛି। ସେପଟେ ବୈଠକ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ନିର୍ବାଚନ କମିଶନର ନିର୍ବାଚନ ପାଇଁ ମୋତେ ୨୧୨ ଜଣଙ୍କ ନାମ ତାଲିକା ଦିଆଯାଇଥିଲା, କିନ୍ତୁ ଚୟନ କମିଟି ପାଖରେ କେନ୍ଦ୍ର ସରକାରଙ୍କ ସଂଖ୍ୟାଗରିଷ୍ଠତା ଥିବାରୁ ସରକାର ନିର୍ବାଚନ କମିଶନର ହେବେ। ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ହୋଇଥିଲେ। କମିଶନର ଚୟନ ର ଶୈଳୀ ସହ ମୁଁ ସହମତ ନୁହେଁ । ମୁଖ୍ୟ ବିଚାରପତିଙ୍କୁ ଚୟନ କମିଟିରୁ ବାଦ୍ ଦିଆଯାଇଛି ବୋଲି ଅଧୀର ରଞ୍ଜନ କହିଛନ୍ତି।

 

Get real time updates directly on you device, subscribe now.