fbpx

ଆଗାମୀ ୩ ମାସରେ ସବୁଠାରୁ ଅଧିକ ଚାକିରୀ ଦେବ ଭାରତ, ମ୍ୟାନପାୱାର ଗ୍ରୁପ୍ ସର୍ଭେରେ ଦାବୀ

ନୂଆଦିଲ୍ଲୀ: ଭାରତର ସୁଦୃଢ ଅର୍ଥନୀତିର ପ୍ରଭାବ ଏବେ ଚାକିରୀଜୀବୀ ଲୋକଙ୍କୁ ବି ମିଳିବାରେ ଲାଗିଲାଣି । ପ୍ରଥମେ ତ ବହୁ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି ଯେ, ଭାରତରେ ଚଳିତ ବର୍ଷ ବିଶ୍ୱର ଅନ୍ୟଦେଶ ତୁଳନାରେ ବେତନରେ ଅଧିକ ବୃଦ୍ଧି ଦେଖିବାକୁ ମିଳିବ । ଏବେ ଚାକିରୀ ସନ୍ଧାନରେ ଥିବା ଯୁବଗୋଷ୍ଠୀଙ୍କୁ ବି ଏପ୍ରିଲ-ଜୁନ୍ ତ୍ରୈମାସରେ ଖୁସିଖବର ମିଳିପାରେ ।
୪୨ ଦେଶରେ କରାଯାଇଥିବା ମ୍ୟାନପାୱାର ଗ୍ରୁପ୍ ସର୍ଭେରେ ଦାବୀ କରାଯାଇଛି କି ଏହି ସମସ୍ତ ଦେଶ ମଧ୍ୟରୁ ଭାରତରେ ଏପ୍ରିଲ-ଜୁନ୍ ତ୍ରୈମାସରେ ନିଯୁକ୍ତି ସୁଯୋଗ ସବୁଠାରୁ ଅଧିକ ରହିଛି । ଦେଶରେ ମୋଟ ନିଯୁକ୍ତି ହାର ୩୬% ରହିଥିବା ବେଳେ ୩୨% ନିଯୁକ୍ତି ହାର ସହ ଚୀନ୍ ୨ୟ ସ୍ଥାନରେ ରହିଛି ।

ଏହି ସର୍ଭେରେ ୩,୧୫୦ କମ୍ପାନୀ ଭାଗ ନେଇଥିଲେ ଓ ମ୍ୟାନପାୱାର ଗ୍ରୁପ୍ ଅନୁଯାୟୀ ଏପ୍ରିଲ-ଜୁନ୍ ତ୍ରୈମାସରେ ୫୦% କମ୍ପାନୀ କର୍ମଚାରୀ ସଂଖ୍ୟା ବୃଦ୍ଧି ନେଇ ମତ ରଖିଛନ୍ତି । କିନ୍ତୁ ୩୩% କମ୍ପାନୀ କହିଛନ୍ତି ସେମାନଙ୍କ ୱାର୍କଫୋର୍ସରେ କୌଣସି ପରିବର୍ତ୍ତନ ହେବ ନାହିଁ । ଅନ୍ୟପକ୍ଷରେ ୧୪% କମ୍ପାନୀ କର୍ମଚାରୀ ହ୍ରାସ କରିବା ନେଇ ମଧ୍ୟ ବିଚାର କରୁଛନ୍ତି । ୩% କମ୍ପାନୀ ଏହା ସ୍ଥିର କରିପାରି ନାହାନ୍ତି କି ଆଗାମୀ ଦିନରେ କର୍ମଚାରୀଙ୍କୁ ନେଇ ସେମାନଙ୍କ ସ୍ଥିତି କ’ଣ ରହିବ ।

ସର୍ଭେରୁ ଏହା ଜଣାପଡିଛି କି ଆଗାମୀ ୩ ମାସ ମଧ୍ୟରେ କେଉଁ ସେକ୍ଟରରେ ମିଳିବ ସବୁଠାରୁ ଅଧିକ ଚାକିରୀ । ସର୍ଭେ ଅନୁସାରେ ହେଲ୍‌ଥ କେୟାର-ଲାଇଫ ସାଇନ୍ସ କ୍ଷେତ୍ରରେ ୪୪% କମ୍ପାନୀ, କମ୍ୟୁନିକେସନ ସେକ୍ଟରରେ ୪୩% କମ୍ପାନୀ,ଆଇଟି କ୍ଷେତ୍ରରେ ୪୧% କମ୍ପାନୀ, ଏନର୍ଜି ଓ ୟୁଟିଲିଟିରେ ୨୦% କମ୍ପାନୀ ନୂଆ କର୍ମଚାରୀ ନିଯୁକ୍ତ କରିବା ଲାଗି ପ୍ରସ୍ତୁତ ଅଛନ୍ତି ।

Get real time updates directly on you device, subscribe now.