fbpx

(Video)ମଝି ଆକାଶରେ କ୍ରାସ ହେଲା ଋଷର ସାମରିକ ବିମାନ, ଦେଖନ୍ତୁ ଭିଡିଓ

ମସ୍କୋ: ଯୁଦ୍ଧ ହେବାର ଏକ ମାସ ପରେ, ୟୁକ୍ରେନ ବନ୍ଦୀମାନଙ୍କ ସହିତ ଋଷର ଏକ ସାମରିକ ବିମାନ କ୍ରାସ ହୋଇଥିଲା। ତେବେ ଏହିଭଳି ଋଷର ଆଉ ଏକ ସାମରିକ ବିମାନ ‘କାର୍ଗୋ’ରେ ଅଗ୍ନିକାଣ୍ଡ ହେବା ଯୋଗୁଁ ମସ୍କୋର ଉତ୍ତର-ପୂର୍ବର ଇଭାନୋଭୋ ଅଞ୍ଚଳରେ କ୍ରାସ ହୋଇଛି। ଏନେଇ ଋଷର ମିଡ଼ିଆ ପକ୍ଷରୁ ଖବର ପ୍ରକାଶ ପାଇଛି। ତେବେ ଏହି ଦୁର୍ଘଟଣା ଆଜି ଅର୍ଥାତ ମଙ୍ଗଳବାର ଦିନ ଘଟିଛି। ​​ଯେତେବେଳେ IL-76 ବିମାନଟି ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିବାରୁ ଭୂମି ଆଡକୁ ଓହ୍ଲାଉଥିଲା, ସେତେବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ‘ଦି ମସ୍କୋ ଟାଇମ୍ସ’ ରିପୋର୍ଟ କରିଛି ଯେ ଅନ୍ୟ ଫୁଟେଜରେ ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଛି।

ଖବର ଅନୁଯାୟୀ, ଦୁର୍ଘଟଣାରେ ଅତି କମରେ ୧୫ ଜଣ କର୍ମଚାରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ସହ ଏଥିରେ ସୂଚନା ଦେଇ କୁହାଯାଇଛି ଯେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା।

ଏଠାରେ କହି ରଖୁ ଯେ, କିଛି ସମୟ ହେବ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ଏନେଇ କୌଣସି ଅଧିକ ସୂଚନା ମିଳିପାରିନାହିଁ।

Get real time updates directly on you device, subscribe now.