fbpx

ଆସିଷ୍ଟାଣ୍ଟ ପ୍ରଫେସର (Stage-I) ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ: ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ୩୮୫ ଜଣ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସହକାରୀ ପ୍ରଫେସର (ଷ୍ଟେଜ-୧) ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ନିକଟରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଡିଗ୍ରୀ କଲେଜମାନଙ୍କରେ ଓଡ଼ିଶା ଶିକ୍ଷା ସେବା (କଲେଜ ବ୍ରାଞ୍ଚ)ର ଗ୍ରୁପ-୧ ପଦରେ ପ୍ରାର୍ଥୀଙ୍କୁ ବିଭିନ୍ନ ବିଷୟରେ ନିଯୁକ୍ତି ପ୍ରଦାନ କରାଯିବ ।

ମାର୍ଚ୍ଚ ମାସ ୧୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୬ ତାରିଖରେ ସମାପ୍ତ ହେବ । ମୋଟ ୩୮୫ଟି ପଦ ଖାଲି ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅଣସଂରକ୍ଷିତ ଆଦି ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ପ୍ରାର୍ଥୀଙ୍କୁ କେମିଷ୍ଟ୍ରି, କମର୍ସ, କମ୍ପ୍ୟୁଟର ସାଇନ୍ସ, ଏଜୁକେସନ, ଅର୍ଥନୀତି, ଓଡ଼ିଆ, ଫିଜିକ୍ସ, ସାଇକୋଲୋଜି, ସୋସିଓଲୋଜି, ରାଜନୀତି ବିଜ୍ଞାନ, ଇତିହାସ, ଭୂଗୋଳ, ହୋମ ସାଇନ୍ତସ, ଜିଓଲୋଜି, ଇଂରାଜୀ ଆଦି ୧୯ଟି ବିଷୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୪୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସହିତ ୫୫ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପାସ୍ କରିଥିବା ଆବଶ୍ୟକ ।

Get real time updates directly on you device, subscribe now.