fbpx

CAAକୁ ବିରୋଧ କଲେ ଥଲପତି ବିଜୟ, ଏହାକୁ ନେଇ କହିଲେ ଏମିତି କିଛି…

ଓଡ଼ିଶା ଭାସ୍କର: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ। କିନ୍ତୁ ଏହାକୁ ବିରୋଧ କରିଛନ୍ତି ଲୋକପ୍ରିୟ ଅଭିନେତା ତଥା ରାଜନେତା ଥାଲପତି ବିଜୟ। ଏଥିରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏହା ସହ ସିଏଏକୁ ବିରୋଧ କରିବା ସହ ମୋଦୀ ସରକାରଙ୍କ ଉପରେ ମଧ୍ୟ ସେ ଖୁବ ବର୍ଷିଛନ୍ତି ।

ତେବେ ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ଟ୍ୱିଟ୍‌ କରି କହିଛନ୍ତି, ‘ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ। ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଏବଂ ଦେଶରେ ଏପରି କୌଣସି ଆଇନ କାର୍ୟ୍ୟକାରୀ ହୋଇପାରିବ ନାହିଁ, କାରଣ ଦେଶରେ ପୂର୍ବରୁ ଭାଇଚାରା ଅଛି। ତେବେ ଏପରି ଅଦରକାରୀ ଆଇନର ଆବଶ୍ୟକତା କ’ଣ?’ କୌଣସି ମୂଲ୍ୟରେ ଏହାକୁ କାର୍ଯ୍ୟକାରୀ ନ କରିବାକୁ ଅଭିନେତା ତାଙ୍କ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନା ଥାଉକି, କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ଏହାକୁ କଂଗ୍ରେସ ଓ ଡିଏମକେ ଭଳି ଅନେକ ବିରୋଧୀ ଦଳ ମଧ୍ୟ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏହା କରାଯାଇଛି ବୋଲି କହିଛି କଂଗ୍ରେସ।ସିଏଏ ବିଜ୍ଞପ୍ତି ପାଇଁ ୯ ଥର ସମୟ ନେବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସବୁ କାର୍ୟ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରୁଛନ୍ତି। କିନ୍ତୁ ସିଏଏ କ୍ଷେତ୍ରରେ ୯ ଥର ସମୟ ନେବା ତାଙ୍କର ମିଛକୁ ପଦାରେ ପକାଇଛି ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା।

Get real time updates directly on you device, subscribe now.