fbpx

ସାଇକେଲ ଚଳାଇ ନେଦରଲାଣ୍ଡରୁ କୋରାପୁଟରେ ପହଞ୍ଚିଲେ ବିଦେଶୀ ଦମ୍ପତି; ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

କୋରାପୁଟ: ନେଦରଲାଣ୍ଡରୁ ସାଇକେଲ ଚଳାଇ କୋରାପୁଟ ଜିଲ୍ଲା ଜୟପୁରରେ ପହଂଚିଛନ୍ତି ବିଦେଶୀ ଦମ୍ପତି । ରାତି ଦିନ ସାଇକେଲ ଚଳାଉଛନ୍ତି କେବେ ବି ଧକିଯାଉନାହାଁନ୍ତି । ସାଇକେଲରେ ସାରା ବିଶ୍ୱଭ୍ରମଣ କରୁଛନ୍ତି ସ୍ୱାମୀ ସ୍ତ୍ରୀ । ସେ ପୁଣି ବିଦେଶୀ। ଟିକେ ଦେଖନ୍ତୁ ଏ ଦୃଶ୍ୟକୁ ବିଦେଶୀ ସ୍ୱାମୀ ଆଉ ସ୍ତ୍ରୀଙ୍କୁ ଦୁଇ ଜଣ ଏହି ସାଇକେଲକୁ ଚଳାଉଛନ୍ତି । ମୁଣ୍ଡରେ ହେଲମେଂଟ ପିନ୍ଧିଛନ୍ତି ନିଜର ସୁରକ୍ଷା ପାଇଁ ଆଉ ରାତି ହେଲା ମାତ୍ରରେ ସ୍ୱାମୀ ମୁଣ୍ଡରେ ଥିବା ହେଲମେଣ୍ଟରେ ଟ୍ରଚ୍ଚ ଲଗାଇ ସାଇକେଲ ଚଲାଉଛନ୍ତି ସ୍ୱାମୀ-ସ୍ତ୍ରୀ । ରାତି କଣ ଦିନ ସେମାନେ ସାଇକେଲ ଚଳାଇ ସାରା ବିଶ୍ୱଭ୍ରମଣ କରୁଛନ୍ତି । ଆଉ ଏକ ସାଇକେଲରେ ଏକ କାର୍ଡ ଲଗାଇଛନ୍ତି ଆଉ ଲେଖିଛନ୍ତି ଅଲ ଇଣ୍ଡିଆ ଟୁର୍ । ଯାହାକୁ ଆପଣ ମାନେ ଦେଖିପାରୁଥିବେ । ସାଇକେଲରେ ବିଶ୍ୱ ବୁଲୁଛନ୍ତି ସ୍ୱାମୀ-ସ୍ତ୍ରୀ । ସାରା ବିଶ୍ୱ ବୁଲିବା ସହ ଦେଉଛନ୍ତି ସଚେତନତାର ବାର୍ତ୍ତା ।

ସୂଚନା ଅନୁଯାଇ ସେମାନେ ଚାରି ମାସ ଭିତରେ ପାଖାପାଖି ୪ହଜାର ୬ଶହ କିଲମିଟର ଯାତ୍ରାକରି ପରିବେଶ ସୁରକ୍ଷା ଓ ପେଟ୍ରୋଲିୟମ୍ ପଦାର୍ଥ କିଭଳି କମ ବ୍ୟବହାର କରି କିପରି ଗୋଟିଏ ସୁସ୍ଥଜୀବନ କାଟି ପାରିବ ସେଥିପାଇଁ ସଚେତନ କରୁଛନ୍ତି । ଏହି ଯାତ୍ରା ପଞ୍ଜାବ ଠାରୁ ଆରମ୍ଭ କରି କେରଳ ତା ପରେ ଆନ୍ଧ୍ରପ୍ରଦେଶ ପରେ ବର୍ତ୍ତମାନ ଓଡିଶାର ମାଲକାନଗିରି ଜିଲ୍ଲା ଦେଇକି କୋରାପୁଟ ଜିଲ୍ଲା ଜୟପୁର ରେ ଆସି ପହଂଚିଛନ୍ତି ଏହି ଦମ୍ପତି । ଭାରତର ପରମ୍ପରାକୁ ପସନ୍ଦ କରିବା ସହ ଲୋକଙ୍କ ଜୀବନ ଶୈଳୀ ତାସହ ଏଠାକାର ସାଂକୃତିକ ପରମ୍ପରାକୁ ପ୍ରଶଂସା କରିବା ସହ ନିଜର ଖୁସି ଜାହିର କରିଛନ୍ତି ।

ସେମାନେ ଓଡ଼ିଶା ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବେ, ଶେଷରେ ବାଂଲାଦେଶ ଯିବା ପାଇଁ ଯୋଜନା କରିଥିବା କହିଛନ୍ତି । ପୁନଶ୍ଚ ସେମାନେ ଆଉ ଥରେ ଭାରତ ଆସିକି ଭ୍ରମଣ କରିବା ସହ ଅନେକ ସେଚେତନ୍ ବାର୍ତ୍ତା ଦବା ପାଇଁ କହିଛନ୍ତି । ଲୋକଙ୍କ ମାନେ କେଉଁଭଳି ସୁସ୍ଥ ରହିବେ ତା ସହ ନିଜ ଶରୀର ତଥା ପରିବେଶ କୁ କିଭଳି ସୌନ୍ଦ୍ର୍‌ଯ୍ୟ ପୂର୍ଣ୍ଣ ରଖିବେ ସେଥି ପାଇଁ ସଚେତନ ଦେଇଛନ୍ତି ଏହି ବିଦେଶୀ ସ୍ୱାମୀ ସ୍ତ୍ରୀ । ଏବଂ ଆଗକୁ ଭି ସଚେତନତା ଜାରି ରହିବ ବୋଲି କହିଛନ୍ତି । ସେମାନଙ୍କୁ ଦେଖି ଓଡ଼ିଶାବାସୀ ବି ବେଶ ଖୁସି ଏହା ସହ ସମସ୍ତେ ତାଙ୍କୁ ସାହାର୍ଯ୍ୟ କରିଛନ୍ତି । ରହଣି ବ୍ୟବସ୍ଥା ସହ ଖାଦ୍ୟ ଆୟୋଜନ କରିଥିଲେ ଏହାକୁ ଦେଖି ଏହି ଦମ୍ପତି ବେଶ ଆନନ୍ଦିତ ହୋଇପଡିଥିଲେ ।

Get real time updates directly on you device, subscribe now.