fbpx

ହରିୟାଣା ପାଇଲା ନୂଆ ମୁଖ୍ୟମନ୍ତ୍ରୀ: ଶପଥ ନେଲେ ନାୟବ ସିଂ ସୈନୀ

ଚଣ୍ଡିଗଡ଼: ହରିୟାଣା ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ । ଏହି ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ରହିଛନ୍ତି। ମଙ୍ଗଳବାର ବସିଥିବା ବିଜେପି ବିଧାୟକ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିବା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟ ପଦ ଓ ଗୋପନୀୟତାର ଶପଥ ପଠା କରାଇଛନ୍ତି। ତେବେ ମଞ୍ଚ ଉପରେ ଶପଥ ନେବା ପୂର୍ବରୁ ନାୟବ ପ୍ରଥମେ ବିଦାୟୀ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଦେଖାଦେଇଛି।

ସୂଚନା ଥାଉକି, ମଙ୍ଗଳବାର ସକାଳେ ପୂରା କ୍ୟାବିନେଟ ସମେତ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ନାୟବ ସିଂ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଥିଲେ। ନାୟବ ସିଂଙ୍କୁ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଗଣାଯାଏ, ଏହା ବ୍ୟତୀତ ତାଙ୍କର ରାଜନୀତିରେ ଦୀର୍ଘ ଅଭିଜ୍ଞତା ମଧ୍ୟ ରହିଛି। ତେବେ ବର୍ତ୍ତମାନ ନାୟବ ସିଂହ ବିଧାୟକ ନାହାନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଓବିସି ସଂପ୍ରଦାୟରୁ ଆସିଥିବା ନାୟବଙ୍କୁ ଗତବର୍ଷ ହରିଆଣା ବିଜେପିର ମୁଖ୍ୟ କରାଯାଇଥିଲା। ତେବେ ନାୟବ ହରିୟାଣା ସରକାରରେ ମନ୍ତ୍ରୀ ରହିଛନ୍ତି। ସେହିପରି ସେ ୨୦୧୪ ରୁ ୨୦୧୯ପର୍ୟ୍ୟନ୍ତ ବିଧାୟକ ଥିଲେ।

Get real time updates directly on you device, subscribe now.