fbpx

ଇସରାଏଲ ଏୟାର ଷ୍ଟ୍ରାଇକରେ ଇରାନ କମାଣ୍ଡର ସୟଦ ରଜା ମୋସଭିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଇରାନକୁ ଲାଗିଛି ଏକ ବଡ଼ ଝଟକା । ଇସରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନର ଟପ୍ ମିଲିଟାରୀ କମାଣ୍ଡର ସୟଦ ରଜା ମୋସଭି(Syed Raza Mosvi)ଙ୍କ ମୃତୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୟଦ ରଜା ସରିୟା ଏବଂ ଲେବନାନ୍ ଅପରେସନ ଦାୟିତ୍ୱରେ ଥିଲେ । ଏହି ଘଟଣା ଇରାନକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି ଏବଂ ଇରାନ ଏହାର ବଦଲା ନେବ ବୋଲି ସ୍ପଷ୍ଟ କରିଛି ।
ସୂଚନାରୁ ପ୍ରକାଶ ଡିସେମ୍ବର ୨୫ରେ ଇସରାଏଲ ପକ୍ଷରୁ ସିରିୟା ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରାୟସୀ କହିଥିଲେ, ‘ଯିହୁଦୀ ସରକାରଙ୍କୁ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିବ । ଆମେ ଏହି ଘଟଣାକୁ କେବେ ବି ଭୁଲିବୁ ନାହିଁ ।’

Get real time updates directly on you device, subscribe now.