fbpx

ରାଜ୍ୟ ପୋଲିସ ହାଉସିଂ ଓ କଲ୍ୟାଣ ନିଗମ ପକ୍ଷରୁ କନିଷ୍ଠ ସହାୟକ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞକ୍ତି

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓଏସପିଏଚଆଣ୍ଡଡବ୍ଲ୍ୟୁସି) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କନିଷ୍ଠ ସହାୟକ ପଦରେ ନିଯୁକ୍ତି ଦିଆଯିବ । ୟୁଆର, ଶିକ୍ଷା ଓ ସାମାଜିକ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ଏଥିପାଇଁ ଡିସେମ୍ବର ମାସ ୨୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀ କଳା/ ବିଜ୍ଞାନ / ବାଣିଜ୍ୟ କିମ୍ବା ସମତୁଲ୍ୟ ପରୀକ୍ଷାରେ ପାସ୍ କରିବା ସହିତ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କେନ୍ଦ୍ର ସରକାର / ରାଜ୍ୟ ସରକାର / ରାଜ୍ୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ / କେନ୍ଦ୍ର ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧିନରେ ଜଣେ ରେଗୁଲାର / ଆଉଟସୋର୍ସଡ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କୁ ୧୯,୦୦୦ରୁ ୬୨,୨୦୦ ଟଙ୍କା ବେତନ ସହିତ ଡିଏ ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ । ଚଳିତ ବର୍ଷ ଜୁନ୍ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା ଜାଣିଥିବେ । ୟୁଆର, ଏସଇବିସି ପ୍ରାର୍ଥୀଙ୍କୁ ଏଥିପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ । ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି ।

ନୋଟିଫିକେସନ ଲିଙ୍କ: https://ophwc.nic.in/sites/default/files/public/advt/JUNIOR%20ASSISTANT.pdf

ଅନଲାଇନ୍ ଆବେଦନ ଲିଙ୍କ: https://online-application.in/ophwc/junior-assistant/

Get real time updates directly on you device, subscribe now.