fbpx
BSKY SKY
BSKY SKY

BIG BREAKING: ଫ୍ରାନ୍ସରୁ ଆସି ମୁମ୍ବାଇରେ ପହଞ୍ଚିଲା ଅଟକ ବିମାନ: ଦୀର୍ଘ ୪ ଦିନ ପରେ ଜନ୍ମମାଟିକୁ ଫେରିଲେ ୩୦୩ ଭାରତୀୟ

BSKY

ନୂଆଦିଲ୍ଲୀ: ଫ୍ରାନ୍ସରୁ ଆସି ମୁମ୍ବାଇରେ ପହଞ୍ଚିଲା ଅଟକ ଥିବା ବିମାନ । ଦୀର୍ଘ ୪ ଦିନର ଅଟକ ପରେ ଭାରତ ଫେରିଛନ୍ତି ଭାରତୀୟ । ବିମାନଟି ଆଜି ଭୋର ୪ ସମୟରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିବା ଜଣାପଡିଛି । ତେବେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯାତ୍ରୀ ଥିବା ଏହି ବିମାନକୁ ଫ୍ରାନ୍ସ ସ୍ଥିତ ଏକ ବିମାନ ବନ୍ଦରରେ ମାନବ ଚାଲାଣ ଅଭିଯୋଗ ଆଧାରରେ ଅଟକ ରଖାଯାଇଥିଲା । ହେଲେ ଏହି ଅଭିଯୋଗ ସମ୍ପର୍କରେ କିଛି ପ୍ରମାଣ ନ ମିଳିବାରୁ ଏହି ବିମାନକୁ ମୁକ୍ତ କରାଯାଇଥିଲା ।

ସୂଚନା ଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ ରୋମନିଆ କମ୍ପାନୀର ଲିଜେଣ୍ଡ ଏୟାରଲାଇନ୍ସର ଏ୩୪୦ ନାମକ ବିମାନଟି ୩୦୩ ଭାରତୀୟଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିଲା । ତେବେ ବିମାନଟି ଫ୍ରାନ୍ସର ଭାଟ୍ରି ନାମକ ଏକ ବିମାନବନ୍ଦରରେ ଇନ୍ଧନ ଭରିବା ପାଇଁ ଅଟକି ଥିଲା । ପରେ ବିମାନ ଯୋଗେ ମାନବ ଚାଲାଣ ହେବା ନେଇ ସନ୍ଦେହ କରାଯାଇ ବିମାନକୁ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିମଧ୍ୟରେ ଯାତ୍ରୀଙ୍କ ରହଣୀ ପାଇଁ ଅସ୍ଥାୟୀ ସୁବିଧା କରାଯାଇଥିଲା । ତେବେ ଘଟଣାର ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଫ୍ରାନ୍ସ ସରକାରଙ୍କ ତରଫରୁ ୪ ଜଣ ବିଚାରପତିଙ୍କ ସହିତ ୪ ଜଣ ସରକାରୀ ଓକିଲଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ପଚରାଉଚରା ସମୟରେ ଯାତ୍ରୀମାନଙ୍କୁ ଚାଲାଣ ହେଉଥିବା ନେଇ କୌଣସି ପ୍ରମାଣ ମିଳିନଥିଲା । ତେବେ ଏହା ପରେ ଏହି ଭାରତୀୟ ବିମାନକୁ ମୁକ୍ତ କରାଯାଇଥିଲା। ଗତକାଲି ଏହି ବିମାନଟି ଫ୍ରାନ୍ସରୁ ଉଡାଣ ଭରିଥିବା ବେଳେ ଆଜି ଭୋର ୪ଟା ସମୟରେ ମୁମ୍ବାଇରେ ଆସି ପହଞ୍ଚିଥିଲା ।

 

Get real time updates directly on you device, subscribe now.