fbpx

ଆଜି ବିଜେଡିର ପ୍ରତିଷ୍ଠା ଦିବସ: କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା

ଓଡିଶା ଭାସ୍କର: ଆଜି ବିଜେଡିର ପ୍ରତିଷ୍ଠା ଦିବସ। ତେବେ ଶାସକ ବିଜୁ ଜନତା ଦଳ ୨୭ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କଟକରୁ ଭୁବନେଶ୍ୱର ଯାଏଁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଏହି ଶୋଭାଯାତ୍ରା ବାହାରି ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ଗତି କରୁଛି। ସେହିପରି ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ୨୭ତମ ପ୍ରତିଷ୍ଠା ସମାରୋହ ପାଳନ କରାଯାଉଛି । ଏଥିସହ ଗଣଦୌଡ଼, ରକ୍ତଦାନ ଶିବିର, ସଭା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ “ନବୀନ ଓଡ଼ିଶା” ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା । ଅନ୍ୟପଟେ ଦଳୀୟ କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସେବା ଓ ବିକାଶର ବାର୍ତ୍ତା ଦେଉଛି ବିଜେଡି।

ତେବେ ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ୨୭ ବର୍ଷର ଦଳ ଭାବେ ଓଡିଶାରେ କ୍ଷମତା ବଜାୟ ରଖି ଆସିଛି । ପିଢ଼ି ପରେ ପିଢ଼ି ବଦଳି ଚାଲିଥିବା ବେଳେ ଅନେକ ନବାଗତ ନେତା ଦଳର ନେତୃତ୍ୱ ଭାର ନେଇଛନ୍ତି। କିନ୍ତୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ ଜନତା ଲଗାତାର ଆସ୍ଥା ପ୍ରକଟ କରି ଆସୁଛନ୍ତି। ଏହିପରି ଦୀର୍ଘ ଦଶନ୍ଧି ଧରି ସରକାରରେ ଥିବା ବିଜେଡି ପୁଣି ୨୦୨୪ ସାଧାରଣ ନିର୍ବାଚନରେ ସରକାର ଗଢିବା ଆଶାରେ ରହିଛି।

Get real time updates directly on you device, subscribe now.